ରହସ୍ୟରେ ଭରା Island: ଯିଏ ଆସିଛି, କେବେ ବି ଫେରିନି! ଏକା ସାଙ୍ଗରେ ଜଳିଥିଲେ ୧.୬ ଲକ୍ଷ ଲୋକ

ଏହି ଦ୍ୱୀପରେ ଏକାସାଙ୍ଗରେ ଜଳିଥଲା ୧.୬ ଲକ୍ଷ ଲୋକଙ୍କ ଚିତା: ଆସିବାର ବାଟ ଅଛି, ଫେରିବାର ନାହିଁ

ଓଡ଼ିଶା ଭାସ୍କର: ଦୁନିଆରେ ଏପରି କିଛି ରହସ୍ୟ ରହିଛି, ଯାହା ବିଷୟରେ ବର୍ତ୍ତମାନ ସୁଦ୍ଧା କୌଣସି ଖୁଲାସା ହୋଇନାହିଁ । ଏଥିରେ ଅନେକ ଦ୍ୱୀପ ବା ଆଇଲ୍ୟାଣ୍ଡର ନାଁ ବି ସାମିଲ ରହିଛି । ସେହିପରି ଏକ ଦ୍ୱୀପ ରହିଛି, ଯେଉଁଠାରୁ ଆଜି ପର୍ଯ୍ୟନ୍ତ କେହି ଫେରି ଆସିନାହାନ୍ତି ।

ରହସ୍ୟମୟୀ ଦ୍ୱୀପ: ଆସନ୍ତୁ ଜାଣିବା ଏକ ଆଇଲ୍ୟାଣ୍ଡ ବିଷୟରେ, ଯାହାକୁ ଶୁଣି ଆପଣ ବି ଆଶ୍ଚର୍ୟ୍ୟ ହୋଇଯିବେ । ସେହି କାରଣ ଯୋଗୁଁ ରହସ୍ୟମୟ ଦ୍ୱୀପକୁ କାହାକୁ ବି ଯିବାକୁ ଅନୁମତି ଦିଆଯାଉ ନାହିଁ । ତାହା ହେଉଛି ଇଟାଲିର ପୋଭେଗ୍ଲିଆ ଆଇଲ୍ୟାଣ୍ଡ, ଯାହାକି ନିଜର ରହସ୍ୟକୁ ନେଇ ବେଶ ଜଣାଶୁଣା ।

ଏହି ଆଇଲ୍ୟାଣ୍ଡ ଇଟାଲୀର ଭେନିଓ ସହର ଓ ଲିଡୋ ମଧ୍ୟରେ ଭେନେଶିୟନରେ ରହିଛି । ଏହି ଆଇଲ୍ୟାଣ୍ଡର ରହସ୍ୟରୁ ପରଦା ଉଠାଇବାକୁ ଅନେକ ଲୋକ ସେଠାକୁ ଯାଇଛନ୍ତି, କିନ୍ତୁ ଆଜି ପର୍ୟ୍ୟନ୍ତ କେହିବି ସେଠାରୁ ଫେରିକି ଆସିନାହାନ୍ତି ।

ବ୍ୟାପିଥିଲା ମହାମାରୀ: ଏହି ଆଇଲ୍ୟାଣ୍ଡ ବିଷୟରେ କୁହାଯାଉଛି ଯେ, ଶହ ଶହ ବର୍ଷ ପୂର୍ବେ ଇଟାଲୀରେ ପ୍ଲେଗ ମହାମାରୀ ଭୟଙ୍କର ଭାବେ ବ୍ୟାପିଥିଲା ଓ ତାହାର କୌଣସି ଚିକିତ୍ସା ବାହାରି ନଥିଲା । ଏଭଳି ପରିସ୍ଥିତିରେ ସରକାର ମଧ୍ୟ ନିଜ ଲୋକଙ୍କ ପାଇଁ ଚିନ୍ତାରେ ଥିଲେ ।

୧.୬ ଲକ୍ଷଙ୍କୁ ଜୀଅନ୍ତା ସମାଧି: ମହାମାରୀ ଯେପରି ଅଧିକ ଭୟଙ୍କର ନହେଉ, ସେଥିପାଇଁ ସରକାର ପ୍ରାୟ ୧,୬୦,୦୦୦ ଆକ୍ରାନ୍ତଙ୍କୁ ସେହି ଆଇଲ୍ୟାଣ୍ଡକୁ ନେଇ ଜୀଅନ୍ତା ଜଳାଇ ଦେଇଥିଲେ । କିନ୍ତୁ କିଛି ବର୍ଷ ପରେ ଦେଶରେ କଳା ଜ୍ୱର ନାମକ ଏକ ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଲା ।

ଅଭିଶପ୍ତ ଦ୍ୱୀପ: ଏହାପରେ ସେହି ଲୋକଙ୍କ ଶବକୁ ବି ପୋଭେଗ୍ଲିଆ ଆଇଲ୍ୟାଣ୍ଡରେ ନେଇ ପୋତିଦେବାକୁ ସରକାର ନିଷ୍ପତ୍ତି ନେଇଥିଲେ । ସ୍ଥାନୀୟ ଲୋକମାନେ ବିଶ୍ୱାସ କରନ୍ତି ଯେ, ଏହି ଆଇଲ୍ୟାଣ୍ଡଟି ଅଭିଶାପିତ ।

ଏବେ ବି ବୁଲୁଛନ୍ତି ଭୂତ: କୁହାଯାଏ ସେହି ଲୋକମାନଙ୍କ ଆତ୍ମା ଏବେ ବି ସେଠାରେ ବୁଲନ୍ତି । ଅନେକ ଲୋକେ ସେଠାରେ ପ୍ରେତ, ଆତ୍ମାଙ୍କୁ ଦେଖିଥିବା ଦାବି କରିଛନ୍ତି । ଏହା ବ୍ୟତୀତ ସେଠାରୁ ବହୁତ ଅଜୀବ ସ୍ୱର ଶୁଣାଯାଉଥିବା ଦାବି କରାଯାଉଛି ।

ଏପରି ରହସ୍ୟମୟ ଘଟଣାକୁ ଦେଖି ସେଠାକୁ ଯିବା ଆସିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସରକାର । ଏହି ଦ୍ୱୀପକୁ କୌଣସି ବ୍ୟକ୍ତିଙ୍କୁ ଯିବା ପାଇଁ ଇଟାଲୀ ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ଏବେ ସେହି ଆଇଲ୍ୟାଣ୍ଡକୁ କେହି ଯାଇପାରିବେ ନାହିଁ ।