କେବେ ମିଳିବ PM Kisan Yojnaର ୧୯ତମ କିସ୍ତି? ଖୁବଶୀଘ୍ର କୃଷକଙ୍କ ଆକାଉଣ୍ଟକୁ ଆସିବ ଟଙ୍କା: ଜାଣନ୍ତୁ ତାରିଖ

ଫେବୃଆରୀ ମାସରେ କୃଷକଙ୍କ ଆକାଉଣ୍ଟକୁ ଆସିବ କିସାନ ଯୋଜନାର ପରବର୍ତ୍ତୀ କିସ୍ତି: ମିଳିବ ୨୦୦୦ ଟଙ୍କା

ନୂଆଦିଲ୍ଲୀ: କୃଷକମାନଙ୍କୁ ଆର୍ଥିକ କ୍ଷେତ୍ରରେ ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ପିଏମ କିସାନ ଯୋଜନା ଜାରି ରଖିଛନ୍ତି । ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ସବୁଠାରୁ ବଡ ଯୋଜନା ମଧ୍ୟରୁ PM Kisan Samman Nidhi Yojna ଅଧୀନରେ କୃଷକମାନଙ୍କୁ ସୁବିଧା ଦିଆଯାଉ।

ପ୍ରତିବର୍ଷ ଏହି ଯୋଜନା ଅଧୀନରେ କୃଷକମାନଙ୍କ ଆକାଉଣ୍ଟକୁ ୬,୦୦୦ ଟଙ୍କା ପଠାଯାଏ। ଏହି ରାଶି ତିନି କିସ୍ତିରେ କୃଷକ ଭାଇମାନଙ୍କ ଆକାଉଣ୍ଟକୁ ପଠାଯାଏ। କିନ୍ତୁ ଚଳିତବର୍ଷ ସରକାର ଏହି ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କା ପ୍ରଦାନ କରିବେ ନାହିଁ ବୋଲି ଅନୁମାନ କରାଯାଉଛି ।

କୃଷକଙ୍କ ଆକାଉଣ୍ଟକୁ ୧୯ ତମ କିସ୍ତି: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ୧୮ଟି କିସ୍ତି କୃଷକଙ୍କ ଆକାଉଣ୍ଟକୁ ପଠାଇଛନ୍ତି କେନ୍ଦ୍ର ସରକାର। ବର୍ତ୍ତମାନ କୃଷକମାନେ ୧୯ ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଚଳିତବର୍ଷ ପରବର୍ତ୍ତୀ କିସ୍ତି ପାଇପାରିବେ ନାହିଁ କୃଷକ ।

ଗତ ଅକ୍ଟୋବର ମାସରେ କୃଷକ ଏହି ଯୋଜନାର ୧୮ତମ କିସ୍ତି ଟଙ୍କା ପାଇଛନ୍ତି । ଏହାସହିତ ୨୦୨୪ରେ ୩ଟି ପର୍ଯ୍ୟାୟର ଟଙ୍କା ପଠାଇ ସାରିଛନ୍ତି ସରକାର । ତେଣୁ ଆଗାମୀ କିସ୍ତି କୃଷକଙ୍କ ଆକାଉଣ୍ଟକୁ ପଠାଯିବ । ତେବେ ଏହି ଯୋଜନାରେ ୧୯ତମ କିସ୍ତି କେବେ ମିଳିବ, ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିନାହିଁ । କିନ୍ତୁ ଆସନ୍ତା ଫେବୃଆରୀ ମାସରେ ଏହି ଟଙ୍କା ସରକାର ପଠାଇପାରନ୍ତି ବୋଲି ଆଶା କରାଯାଉଛି ।

ଫେବୃଆରୀରେ ଆସିବ ଟଙ୍କା: ତେବେ ଏ ନେଇ ସରକାରଙ୍କ ତରଫରୁ କୌଣସି ସୂଚନା ଦିଆଯାଇନାହିଁ । କିନ୍ତୁ ଏହି କିସ୍ତି ପାଇବାରୁ କିଛି କୃଷକ ବାଦ୍ ପଡ଼ିପାରନ୍ତି । ଯେଉଁ କୃଷକମାନେ ନିଜ ନିଜର eKYC ପ୍ରକ୍ରିୟା ଶେଷ କରିନାହାଁନ୍ତି, ସେମାନଙ୍କୁ ୧୮ତମ କିସ୍ତି ପାଇବାରୁ ବଞ୍ଚିତ ହେବାକୁ ପଡ଼ିପାରେ ।

ଏହି ଯୋଜନାର ଲାଭ ପାଇବାକୁ ହେଲେ ଚାଷୀଙ୍କୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ eKYC କରିବାକୁ ପଡିବ। ଏହା ବ୍ୟତୀତ ବ୍ୟାଙ୍କ ଆକାଉଣ୍ଟକୁ NPCI ସହିତ ଲିଙ୍କ୍ କରିବା ମଧ୍ୟ ଆବଶ୍ୟକ। ଏହା ପରେ ଟଙ୍କା କୃଷକଙ୍କ ଆକାଉଣ୍ଟକୁ ପଠାଯିବ।