Bed Roomରେ ରଖନ୍ତୁ ନାହିଁ ଏହିସବୁ ଜିନିଷ; ହୋଇପାରେ ଅନିଷ୍ଟ, ଘରକୁ ଘୋଟିଯିବ ଅଭାବ ଅନଟନ ସମସ୍ୟା

ବେଡରୁମରେ ଏହିସବୁ ଜିନିଷ ରଖିବା ହୋଇପାରେ ବିପଦ; ବିଭିନ୍ନ ସମସ୍ୟାର କରିପାରନ୍ତି ସାମନା, ଏସବୁକୁ ଶୋଇବା ଘରୁ ଦୂରେଇ ରଖନ୍ତୁ । ଜାଣନ୍ତୁ କ'ଣ କହୁଛି ବାସ୍ତୁ ଶାସ୍ତ୍ର

ଓଡ଼ିଶା ଭାସ୍କର: ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଏପରି ଅନେକ ଜିନିଷ ଅଛି ଯାହାକୁ ଭୁଲରେ ବି ବେଡ୍ ରୁମରେ ରଖିବା ଉଚିତ୍ ନୁହେଁ । ଏହିପରି ଜିନିଷ ସୁଖ, ଶାନ୍ତି ଏବଂ ଆର୍ଥିକ ସମୃଦ୍ଧି ସବୁକିଛି ଛଡ଼ାଇ ନେଇଥାଏ । ଆସନ୍ତୁ ଜାଣିବା ସେପରି କିଛି ଜିନିଷ ବିଷୟରେ ଯାହାକୁ ବେଡ୍ ରୁମରେ ରଖିବା ଆଦୌ ଉଚିତ୍ ନୁହେଁ ।

ଧାରୁଆ ଜିନିଷ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆପଣ ବେଡ୍ ରୁମରେ କଇଁଚି, ଛୁରୀ କିମ୍ବା ଅନ୍ୟାନ୍ୟ ଧାରୁଆ ଜିନିଷ ରଖିବା ଉଚିତ୍ ନୁହେଁ । ଏହି ଜିନିଷଗୁଡ଼ିକ ନକାରାତ୍ମକ ଶକ୍ତିକୁ ଆକର୍ଷିତ କରିଥାଏ ଏବଂ ମତଭେଦ ସୃଷ୍ଟି କରିଥାଏ । ତେଣୁ, ସେଗୁଡିକୁ ରୋଷେଇ ଘର କିମ୍ବା ଅନ୍ୟାନ୍ୟ ସ୍ଥାନରେ ରଖିବା ଉଚିତ, ଯାହାଫଳରେ ପରିବେଶ ସକରାତ୍ମକ ରହିବ ।

ଧାର୍ମିକ ପୁସ୍ତକ: ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଶ୍ରୀମଦ୍ ଭାଗବତ ଗୀତା, ରାମାୟଣ, ମହାଭାରତ ଭଳି ଧାର୍ମିକ ପୁସ୍ତକ କେବେବି ଶୋଇବା ଘରେ ରଖିବା ଉଚିତ୍ ନୁହେଁ । ବେଡ୍ ରୁମରେ ଏହାକୁ ରଖିବା ଦ୍ୱାରା ଧାର୍ମିକ ପୁସ୍ତକର ଅପମାନ ହୋଇଥାଏ ।

ଦେବା-ଦେବୀଙ୍କ ମୂର୍ତ୍ତି: ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଶୋଇବା ଘରେ କେବେବି ଦେବା-ଦେବୀଙ୍କ ପ୍ରତିମା କିମ୍ବା ଫଟୋ ରଖିବା ଉଚିତ୍ ନୁହେଁ । ଏହା କରିବା ଦ୍ୱାରା ଅଶୁଭ ହୋଇଥାଏ ଏବଂ ପରିବାର ସଦସ୍ୟ ମାନସିକ ଚାପର ଶିକାର ହୋଇପାରନ୍ତି । ଏହା ବ୍ୟତୀତ ଧୀରେ ଧୀରେ ଦାରିଦ୍ର୍ୟତା ଆପଣଙ୍କୁ ପ୍ରଭାବିତ କରିବା ଆରମ୍ଭ କରେ ।

ମୃତ ବ୍ୟକ୍ତିଙ୍କ ଫଟୋ: ବାସ୍ତୁ ଶାସ୍ତ୍ର ଅନୁଯାୟୀ, ମୃତ ବ୍ୟକ୍ତିଙ୍କ ଫଟୋ ବେଡ୍ ରୁମରେ ରଖିବା ଉଚିତ୍ ନୁହେଁ । ଏହା କରିବା ଦ୍ୱାରା ନକାରତ୍ମକ ଶକ୍ତି ଘର ଭିତରକୁ ଟାଣି ହୋଇଆସେ, ଯାହା ପରିବାର ସଦସ୍ୟଙ୍କ ମାନସିକ ଅବସ୍ଥାକୁ ଖରାପ କରିପାରେ ।

ତେଣୁ ବେଡ୍ ରୁମ୍ ପରିବର୍ତ୍ତେ, ସେହି ଫଟୋକୁ ଏକ ସମ୍ମାନଜନକ ସ୍ଥାନରେ ରଖାଯିବା ଉଚିତ, ଯେପରିକି ବାରଣ୍ଡା କିମ୍ବା ଡାଇନିଂ ହଲ୍ ।