୪୦ ହଜାର ଫ୍ରେସରଙ୍କୁ ନିଯୁକ୍ତି ଦେବ TATA Consultancy; ଗୋଟିଏ ବର୍ଷରେ ଦିଆଯିବ ଚାକିରି

ଟାଟାରେ ୪୦ ହଜାର ଫ୍ରେସରଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି: ମିଲିନ୍ଦ ଲକ୍କଡ଼ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ: ଟାଟା କନସଳଟେନ୍ସି ସର୍ଭିସେସ(TCS)ରେ ଆସିଛି ଏକ ବଡ଼ ନିଯୁକ୍ତି ସୁଯୋଗ । କମ୍ପାନୀରେ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରିବା ସହ ଫ୍ରେସର ମାନଙ୍କ ପାଇଁ ନିଯୁକ୍ତିର ଏକ ବଡ଼ ସୁଯୋଗ ସୃଷ୍ଟି କରୁଛି ଟିସିଏସ ।

୨୦୨୫ ଆର୍ଥିକ ବର୍ଷରେ ଅଧିକ ନିଯୁକ୍ତି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛି । ତେଣୁ ପ୍ରାୟ ୪୦ ହଜାର ପ୍ରେସର ମାନଙ୍କୁ କମ୍ପାନୀରେ ଚାକରି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟ ମାନବ ସଂସାଧନ ଅଧିକାରୀ(CHRO) ମିଲିନ୍ଦ ଲକ୍କଡ଼ ।

କ୍ୟାମ୍ପସରୁ ଚୟନ ହେବେ ଫ୍ରେସର: ଚଳିତବର୍ଷ କ୍ୟାମ୍ପସ ମାନଙ୍କରୁ ପ୍ରାୟ ୪୦ ହଜାର ଫ୍ରେସର ନିଯୁକ୍ତି ପାଇବେ ବୋଲି ପ୍ରକାଶ କରିଛନ୍ତି ମିଲିନ୍ଦ । କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ହେବା ସହିତ ଉତ୍ପାଦ ବୃଦ୍ଧି ହେବ ଏବଂ କମ୍ପାନୀର ପ୍ରଦର୍ଶନ ମଧ୍ୟ ଖୁବ ସୁଦୃଢ ହୋଇପାରିବ ବୋଲି ସେ ଆଶା ରଖିଛନ୍ତି ।

କ’ଣ କହିଲେ CHRO: ମିଲିନ୍ଦ କହିଛନ୍ତି ଯେ ଆମେ ଅନେକ ମାସ ପୂର୍ବରୁ ଏହି ଯାତ୍ରା ଆରମ୍ଭ କରିଥିଲୁ । ଏହା ଧାରଣା ସହିତ ଆରମ୍ଭ ହୋଇଥିଲା ଯେ TCSରେ ସମସ୍ତେ ଏଆଇ ର ମୌଳିକତା ଜାଣିବା ଉଚିତ୍ ।

ବର୍ତ୍ତମାନ ଆମର ଧ୍ୟାନ ଏକ ପିରାମିଡ୍ ନିର୍ମାଣ ଉପରେ ଅଛି ଯେଉଁଠାରେ ବିଭିନ୍ନ ଦକ୍ଷତା ଥିବା ବ୍ୟକ୍ତି ସହଯୋଗ କରନ୍ତି ଏବଂ ଆମେ କ୍ରମାଗତ ଭାବରେ ସେହି କୌଶଳ ବିକାଶ କରୁଛୁ ।

ମୋଟ ଉପରେ, TCSକୁ ଏକ AI-ପ୍ରଥମ ସଂଗଠନ କରିବାକୁ ଆମର ଲକ୍ଷ୍ୟ ରହିଛି । ଏହାର ଅର୍ଥ ହେଉଛି ପ୍ରତିଭା ନିଯୁକ୍ତି, ବିକାଶ ଏବଂ ନିୟୋଜନରେ AIକୁ ବିଚାରକୁ ନିଆଯିବ ।

TCSରେ ନିଯୁକ୍ତି ହାର: ୨୦୨୪ ଅକ୍ଟୋବରରୁ ଡିସେମ୍ବର ମାସ ମଧ୍ୟରେ ଟିସିଏସ ମୋଟ ୫,୩୭୦ କର୍ମଚାରୀଙ୍କ କମ୍ ହୋଇଥିବା ରିପୋର୍ଟ କରିଛି । ଏହାର ମୋଟ କର୍ମଚାରୀଙ୍କ ସଂଖ୍ୟା ୬୧୨,୭୨୪ ରୁ ୬୦୭,୩୫୪ କୁ ଖସି ଆସିଥିବା ଜଣାଯାଇଛି ।

ଏହି ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ କମ୍ପାନୀ ୧୧,୧୭୮ ନୂତନ କର୍ମଚାରୀ ନିଯୁକ୍ତ କରିଥିଲା। ଟିସିଏସ୍ ଦ୍ୱାରା ଏହି ପଦକ୍ଷେପ ହେଉଛି ଏକ ସୂଚକ ଯେ କମ୍ପାନୀ ବର୍ତ୍ତମାନ ନୂତନ ପ୍ରତିଭାକୁ ସଜାଡ଼ିବା ଏବଂ ସ୍ଥାନୀୟ ବଜାରରେ ନିଜର ପାରଦର୍ଶିତାକୁ ଆହୁରି ମଜବୁତ କରିବାକୁ ପ୍ରୟାସ ଜାରି ରଖିଛି ।