ନୂଆଦିଲ୍ଲୀ: ନାଗ୍ ମାର୍କ-2 ମିଜାଇଲ୍ ପରୀକ୍ଷଣ । ସଫଳ ହେଲା ନାଗ୍ ମାର୍କ-2 ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିଜାଇଲ ପରୀକ୍ଷଣ ହୋଇଛି ।
ରାଜସ୍ଥାନ ପୋଖରାନରେ ଡିଆରଡିଓ ପକ୍ଷରୁ ସଫଳ ପରୀକ୍ଷଣ ହୋଇଛି । ଫାୟାରିଂ ରେଞ୍ଜର ସେନା ଅଧିକାରୀଙ୍କ ଉପସ୍ଥିତିରେ ଏହାକୁ ପରୀକ୍ଷଣ କରାଯାଇଛି ।
ଏନେଇ ବରିଷ୍ଠ ସେନା ଅଧିକାରୀ କହିଛନ୍ତି, “ଭାରତୀୟ ସେନାର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ପୋଖରାନ କ୍ଷେତ୍ର ରେଞ୍ଜରେ ତୃତୀୟ ପିଢ଼ିର ଆଣ୍ଟି-ଟ୍ୟାଙ୍କ୍ ଫାୟାର-ଏଣ୍ଡ-ଫୋର୍ଗେଟ୍ ଗାଇଡେଡ୍ ମିସାଇଲ୍, ସ୍ୱଦେଶୀ ଭାବରେ ବିକଶିତ ନାଗ୍ ଏମକେ 2 ର କ୍ଷେତ୍ର ମୂଲ୍ୟାଙ୍କନ ପରୀକ୍ଷଣ ସଫଳତାର ସହିତ ଶେଷ ହୋଇଛି ।
ପରୀକ୍ଷଣ ସମୟରେ ମିସାଇଲ ସର୍ବାଧିକ ଏବଂ ସର୍ବନିମ୍ନ ପରିସରକୁ ସଠିକ୍ ଭାବରେ ନଷ୍ଟ କରିଥିଲା । ସଠିକ ଫାୟାରିଂ ରେଞ୍ଜକୁ ବୈଧ କରିଥିଲା ।
ନାଗ ଏମକେ 2 ର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO)କୁ ଅଭିନନ୍ଦନ ଜଣାଇଛନ୍ତି । ମିଜାଇଲ ପରିକ୍ଷଣ ସଫଳ ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।