ଖଣ୍ଡଗିରି ଯାତ୍ରାକୁ ନେଇ ଲାଗିଲା କଡ଼ା କଟକଣା: ହେବନି ଅଶ୍ଲୀଳ ନୃତ୍ୟ

ଖଣ୍ଡଗିରି ଯାତ୍ରା: ଏଥର ଅପେରାରେ ହେବନି ଅଶ୍ଲୀଳ ନୃତ୍ୟ। ଯାତ୍ରା କମିଟି ଓ ପୋଲିସ ମଧ୍ୟରେ ଆଲୋଚନା ପରେ ନିଷ୍ପତି।

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଖଣ୍ଡଗିରି ଯାତ୍ରାକୁ ନେଇ ଲାଗିଲା କଡ଼ା କଟକଣା। ଏଥର ଅପେରାରେ ହେବନି ଅଶ୍ଲୀଳ ନୃତ୍ୟ। ଯାତ୍ରା କମିଟି ଓ ପୋଲିସ ମଧ୍ୟରେ ଆଲୋଚନା ପରେ ନିଷ୍ପତି।

ଆରମ୍ଭ ହେବାକୁ ଯାଉଛି ଭୁବନେଶ୍ୱରର ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା । ଚଳିତ ବର୍ଷ ଆସିବେ 12ଟି ଅପେରା ପାର୍ଟି। କିନ୍ତୁ ଏହି ମେଳା ପୂର୍ବରୁ ଯାତ୍ରାରେ ଆଇଟମ୍ ଡ୍ୟାନ୍ସ, ଡବଲ୍ ମିନିଙ୍ଗଗ୍ ଡାଇଲଗ୍ ଉପରେ କଟକଣା ଲାଗୁ କରାଯାଇଛି ।

ହେବନି ଅଙ୍ଗ ପ୍ରଦର୍ଶନ: ଏଥରର ଖଣ୍ଡଗିରି ଯାତ୍ରାରେ ସମସ୍ତ ପ୍ରକାର ଅଶ୍ଳୀଳ ପ୍ରଦର୍ଶନକୁ ବାରଣ କରାଯାଇଛି । ଅଶ୍ଳୀଳ ରଙ୍ଗଢଙ୍ଗରେ ନୃତ୍ୟ ପରିବେଷଣ କରାଗଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଜାରି ହୋଇଛି ।

ଅଶ୍ଳୀଳ ନୃତ୍ୟ ହେଲେ ଯାତ୍ରାକୁ ଅଧାରୁ ରୋକି ଦିଆଯିବ ବୋଲି କୁହାଯାଇଛି । କାହାର ଭାବନାକୁ ଆଘାତ ବରଦାସ୍ତ କରାଯିବ ନାହିଁ । ଯାତ୍ରା ପେଣ୍ଡାଲ ଉପରେ ସମ୍ପୂର୍ଣ୍ଣ ନଜର ରଖଯିବା ପାଇଁ ବ୍ୟବସ୍ଥା କରାଯାଉଛି ।

ଏଥିପାଇଁ ଯାତ୍ରା କମିଟି ଏବଂ ପୋଲିସ ମିଳିତ ଭାବରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି ।