ସାହୁ ଭାଉଜ ଓ ନିଶା ମହାରଣାଙ୍କୁ ଖଣ୍ଡଗିରି ମନା!
ଏଥର ଖଣ୍ତଗିରି ଯାତ୍ରା ଷ୍ଟେଜକୁ ଚଢ଼ି ପାରିବେନି ସାହୁ ଭାଉଜ ଓ ନିଶା ମହାରଣାଙ୍କ ଭଳି ଆଇଟମ୍ ଗାର୍ଲ। ବାରମ୍ୱାର ତାଗିଦ୍ ପରେ ଟପୁଥିଲେ ସବୁ ସୀମା।
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଖଣ୍ଡଗିରି ଯାତ୍ରାକୁ ନେଇ ଆସିଲା କଟକଣା। ହେବନି ଅଶ୍ଲୀଳ ନୃତ୍ୟ-ଅଙ୍ଗ ପ୍ରଦର୍ଶନ। ଯାତ୍ରା କମିଟି ଓ ପୋଲିସ ମଧ୍ୟରେ ଆଲୋଚନା ପରେ ନିଆଯାଇଛି ନିଷ୍ପତି।
ଚଳିତ ବର୍ଷ ମାଘ ସପ୍ତମୀରୁ ମଇଦାନକୁ ଓହ୍ଲାଇବେ ୧୨ ଯାତ୍ରା ପାର୍ଟି। କିନ୍ତୁ ଏହି ମେଳା ପୂର୍ବରୁ ଯାତ୍ରାରେ ଆଇଟମ୍ ଡ୍ୟାନ୍ସ, ଡବଲ୍ ମିନିଙ୍ଗଗ୍ ଡାଇଲଗ୍ ଉପରେ କଟକଣା ଲାଗୁ କରାଯାଇଛି ।
ସାହୁ ଭାଉଜ ଓ ନିଶା ମହାରଣାଙ୍କୁ ବ୍ୟାନ୍: ଏଥର ଖଣ୍ତଗିରି ଯାତ୍ରା ଷ୍ଟେଜକୁ ଚଢ଼ି ପାରିବେନି ସାହୁ ଭାଉଜ ଓ ନିଶା ମହାରଣାଙ୍କ ଭଳି ଆଇଟମ୍ ଗାର୍ଲ। ବାରମ୍ୱାର ତାଗିଦ୍ ପରେ ଟପୁଥିଲେ ସବୁ ସୀମା।
ଏଥରର ଖଣ୍ଡଗିରି ଯାତ୍ରାରେ ସମସ୍ତ ପ୍ରକାର ଅଶ୍ଳୀଳ ପ୍ରଦର୍ଶନକୁ ବାରଣ କରାଯାଇଛି । ଅଶ୍ଳୀଳ ରଙ୍ଗଢଙ୍ଗରେ ନୃତ୍ୟ ପରିବେଷଣ କରାଗଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଜାରି ହୋଇଛି ।
ଆଉ ବରଦାସ୍ତ କରାଯିବ ନାହିଁ: ଅଶ୍ଳୀଳ ନୃତ୍ୟ ହେଲେ ଯାତ୍ରାକୁ ଅଧାରୁ ରୋକି ଦିଆଯିବ ବୋଲି କୁହାଯାଇଛି । କାହାର ଭାବନାକୁ ଆଘାତ ବରଦାସ୍ତ କରାଯିବ ନାହିଁ । ଯାତ୍ରା ପେଣ୍ଡାଲ ଉପରେ ସମ୍ପୂର୍ଣ୍ଣ ନଜର ରଖଯିବା ପାଇଁ ବ୍ୟବସ୍ଥା କରାଯାଉଛି ।
ଏଥିପାଇଁ ଯାତ୍ରା କମିଟି ଏବଂ ପୋଲିସ ମିଳିତ ଭାବରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି। ଶୃଙ୍ଖଳିତ ଯାତ୍ରା ପାଇଁ ସ୍ୱେଚ୍ଛାସେବୀ ନିୟୋଜିତ କରିବା ଭଳି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି।