କେନ୍ଦୁଝରରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମେଗା ଷ୍ଟିଲ୍ ପ୍ଲାଣ୍ଟ ପାଇଁ ହେବ MOU
କେନ୍ଦୁଝର ଗସ୍ତ ଅବସରରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । କେନ୍ଦୁଝରର ବିକାଶ ପାଇଁ ହେବ ଷ୍ଟିଲ ପ୍ଲାଣ୍ଟ ।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । କେନ୍ଦୁଝରରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ପାଇଁ ହେବ MOU । କେନ୍ଦୁଝର ଗସ୍ତ ଅବସରରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଭୁବନେଶ୍ବରରେ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ- ଆସନ୍ତା୨୮, ୨୯ରେ ଭୁବନେଶ୍ବରରେ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ହେବ । ଏହି ସମୟରେ କେନ୍ଦୁଝରର ବିକାଶ ପାଇଁ ଷ୍ଟିଲ ପ୍ଲାଣ୍ଟ MOU ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ବିକାଶ ପ୍ରଥମ ପ୍ରାଥମିକତା-କେନ୍ଦୁଝରରେ ପ୍ରାକୃତିକ ସମ୍ପଦ ଭରି ରହିଛି, ଷ୍ଟିଲ ପ୍ଲାଣ୍ଟ ପ୍ରତିଶ୍ରୁତି ଦେଉଛି । କେନ୍ଦୁଝରର ବିକାଶକୁ ସବୁବେଳେ ପ୍ରାଥମିକତା ଦେବି ବୋଲି ମୋହନ ମାଝୀ କେନ୍ଦୁଝର ଗସ୍ତ ସମୟରେ ଘୋଷଣା କରିଛକନ୍ତି ।
ତେବେ କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ହେବା ଦ୍ବାରା ଅନେକ ନିଯୁକ୍ତି ସୃଷ୍ଟି ହୋଇପାରେ ବୋଲି ଆଶା କରାଯାଉଛି ।