ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଜାତୀୟ ସ୍ତରରେ କୃତିତ୍ବ

ଭୁବେନଶ୍ବର: ଭାରତୀୟ ବିଶ୍ବବିଦ୍ୟାଳୟ ସଂଘ ପକ୍ଷରୁ ଆେୟାଜିତ ଆନ୍ତଃବିଶ୍ବବିଦ୍ୟାଳୟ ପୂର୍ବାଞ୍ଚଳ ଯୁବ ସମାରୋହରେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ବିଭାଗର ପ୍ରତିଯୋଗିତାରେ ଭାଗନେଇ କୃତିତ୍ବ ଅର୍ଜନ କରିଛନ୍ତି।

କୋଲକାତାର ସିଷ୍ଟର ନିବେଦିତା ବିଶ୍ବବିଦ୍ୟାଳୟରେ ୬ଟି ରାଜ୍ୟର ୧୮ଟି ବିଶ୍ବବିଦ୍ୟାଳୟକୁ ନେଇ ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତା ଜାନୁୟାରୀ ୮ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥÒଲା।

ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବୃନ୍ଦଗାନ, ଏକକ ତବଲା ବାଦନ, ଏକକ ବଂଶୀବାଦନ, ଲୋକ ସଂଗୀତ, ଲୋକନୃତ୍ୟ, ପୋଷ୍ଟର ତିଆରି, ମୃତ୍ତିକା କଳା, ରଙ୍ଗୋଲୀ, ଏକକ ଅଭିନୟ ଓ ଅନୁକରଣ ଅଭିନୟ ପ୍ରତିଯୋଗିତାରେ କୃତିତ୍ବର ସହ ବିଭିନ୍ନ ସ୍ଥାନ ଅଧÒକାର କରି ପୁରସ୍କୃତ ହୋଇଛନ୍ତି।

ସହକାରୀ ପ୍ରଫେସର ଡ. ସାରଳା ପ୍ରସନ୍ନ ଦାସ ଓ ଡ. ସସ୍ମିତା କାମିଲାଙ୍କ ନେତୃତ୍ବରେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀମାନେ ବିଭିନ୍ନ ବିଭାଗରେ କୃତୀତ୍ବ ଅର୍ଜନ କରି ଆସନ୍ତା ମାର୍ଚ୍ଚ ମାସରେ ନୂଆଦିଲ୍ଲୀରେ ଆୟୋଜିତ ଆନ୍ତଃ ବିଶ୍ବବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ନିମନ୍ତେ ଯୋଗ୍ୟ ବିବେଚିତ ହୋଇଛନ୍ତି।

ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆମ ରାଜ୍ୟ ପାଇଁ ଏହି ସଫଳତା ଅର୍ଜନ କରିଥÒବାରୁ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ ସମସ୍ତ କୃତି ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।