ଫେଲ୍ ମାରିବ କି କେଜ୍ରିୱାଲଙ୍କ ପ୍ଲାନ୍? ଆପ୍‌କୁ ହରାଇବାକୁ କଂଗ୍ରେସର ବଡ଼ ଷଡଯନ୍ତ୍ର!

ଦୋହଲୁଛି ଦିଲ୍ଲୀ ପଲିଟିକ୍ସ: କଂଗ୍ରେସ କଲାଣି ଷଡ଼ଯନ୍ତ୍ର, ଘାବରାଇଲାଣି ଆପ୍! ନେତାଙ୍କ ମୁଣ୍ଡ ଗୋଲ, ତାଜୁବ୍ ହେଉଛନ୍ତି ଜନତା।

ନୂଆଦିଲ୍ଲୀ: ଶୋଇ ରହିଥିବା କଂଗ୍ରେସ ଏବେ ଚିହିଁକି ଉଠିଛି, ବିଧାନସଭା ନିର୍‌ବାଚନ ପାଇଁ ବଡ ଗୋଟି ଚଳାଇବାକୁ କସରତ ଆରମ୍ଭ କରିଛି । ସେପଟେ ଆପର ଚିନ୍ତା ବଢାଇ ଦେଇଛନ୍ତି ରାହୁଲ ।

ଆଉ କିଛି ଦିନ ପରେ ଦିଲ୍ଲୀରେ ହେବାକୁ ଯାଉଛି ବିଧାନସଭା ନିର୍‌ବାଚନ । ଆଉ ପୁଣିଥରେ ଦିଲ୍ଲୀ ଆସନ ହାତେଇବାକୁ ଅଙ୍କ କଷିବା ଆରମ୍ଭ କରିଦେଇଛି ଆପ ।

ଶୁଆଇ ଦେଉନାହାଁନ୍ତି ବିରୋଧୀ: ଏଥିପାଇଁ ନିର୍‌ବାଚନ ମଙ୍ଗ ଧରିଛନ୍ତି ଆପ ମୁଖିଆ ଅରବିନ୍ଦ କେଜ୍ରିଓ୍‌ବାଲ । କିନ୍ତୁ ଅରବିନ୍ଦଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛନ୍ତି ବିରୋଧୀ ।

ପ୍ରଥମରୁ ବିଜେପି ଆପର ମୁଖ୍ୟ ପ୍ରତିଦ୍ୱନ୍ଦି ଭାବରେ ଉଭା ହେଉଥିବା ବେଳେ, କୁହାଯାଉଥିଲା କଂଗ୍ରେସ ମିଳିତ ଭାବରେ ଆପ ସହ ନିର୍‌ବାଚନ ଲଢିବ ।
ଯେହେତୁ ପୂର୍‌ବରୁ କଂଗ୍ରେସ ଓ ଆପ ମିଳିତ ଭାବରେ ଅନେକ ନିର୍‌ବାଚନ ଲଢିଛନ୍ତି । ଏପରିକି ଦିଲ୍ଲୀ ଲୋକସଭା ନିର୍‌ବାଚନ ମଧ୍ୟ ମେଣ୍ଟ ଭାବରେ ଲଢିଥିଲେ ।

କିନ୍ତୁ ଦୁର୍ଭାଗ୍ୟବଶତଃ ଲୋକସଭା ନିର୍‌ବାଚନରେ ବିଜେପି ବାଜିମାତ୍ କରିନେଇଥିଲା ।

ଫେଲ ହୋଇଯିବ କେଜ୍ରିଓ୍‌ବାଲଙ୍କ ପ୍ଲାନ: କିଛି ଦିନ ହେବ ଦିଲ୍ଲୀ ନିର୍‌ବାଚନକୁ ନେଇ ସକ୍ରିୟ ନଥିଲା କଂଗ୍ରେସ । ତେଣୁ କଂଗ୍ରେସ ଭିତରେ ଭିତରେ ଆପକୁ ସମର୍ଥନ କରୁଥିବା ନେଇ ଚର୍ଚ୍ଚା ହେଉଥିଲା ।

ତେଣୁ କେଜ୍ରିଓ୍‌ବାଲଙ୍କ ନିର୍ୱାଚନ ମଇଦାନରେ ଏତେଟା କସରତ କରିବାକୁ ପଡିନପାରେ ବୋଲି କୁହାଯାଉଥିଲା । ହେଲେ ଏବେ ତାଙ୍କର ସେ ସ୍ୱପ୍ନ ଏକରକମ ପାଣି ଫୋଟକା ପରି ମିଳେଇ ଯାଇଛି ।

କାରଣ ଦିଲ୍ଲୀ ବିଧାନସଭା ନିର୍‌ବାଚନରେ କଂଗ୍ରେସ ଏବେ ସକ୍ରିୟ ହୋଇଥିବା ପରି ମନେହେଉଛି ।

୨୪ ନିର୍‌ବାଚନକୁ ଦୃଷ୍ଟି: ୨୦୨୪ ଲୋକସଭା ନିର୍‌ବାଚନ ସମୟରେ କଂଗ୍ରେସ ପ୍ରଥମରୁ ଏକରକମ ଶୋଇରହିଥିବା ପରି ମନେହେଉଥିଲା ।

ବିଶେଷ କରି ୟୁପି ଆସନରେ । ହେଲେ ଡେରିରେ ହେଉ ପଛେ କଂଗ୍ରେସ ନିଜର ରଣନୀତି ଦେଖାଇଲା । ୟୁପିରେ ପ୍ରଥମ ପଯ୍ୟାୟ ନିର୍‌ବାଚନର ମାତ୍ର ଦୁଇଦିନ ପୂର୍‌ବରୁ ରାହୁଲଙ୍କୁ ଅଖିଳେଶ ଯାଦବଙ୍କ ସହ ନିରବାଚନ ମଇଦାନରେ ଦେଖିବାକୁ ମିଳିଥିଲା ।

ଆଉ ଏହି ନିରବାଚନକୁ ଯିଏ ମନେରଖିଛି ସିଏ ଜାଣିଛି ରାହୁଲଙ୍କ ରଣନୀତି କେଉଁ ପ୍ରକାରର ।

କେଉଁ ମୋଡ଼ ନେବ ଦିଲ୍ଲୀ ରାଜନୀତି?: କିଛି ଦିନ ହେବ ଶୋଇ ରହିଥିବା କଂଗ୍ରେସ ଏବେ ଜାଗ୍ରତ ହୋଇଛି । ଦିଲ୍ଲୀ ବିଧାନସଭା ନରବାଚନ ପାଇଁ କଂଗ୍ରେସ ଏବେ ସକ୍ରିୟ ହୋଇଥିବା ପରି ମନେହେଉଛି ।

ଗତ ଦୁଇ ଦିନ ଭିତରେ ରାହୁଲ ଯେପରି ସେକ୍ରିୟ ହୋଇଛନ୍ତି ତାହା ଦେଖି ତାଙ୍କ ସମର୍ଥକମାନଙ୍କ ମନରେ ଉତ୍ସାହ ବଢିଛି । ଯାହାକୁ ଦେଖି ଆପର ଚିନ୍ତା ବଢିଯାଇଛି ।

ମନେହେଉଥିଲା ରାହୁଲ ଚୁପ ହୋଇଯିବେ : କଂଗ୍ରେସ ସହ ମେଣ୍ଟ କରି ଆପ ଲୋକସଭା ନିର୍‌ବାଚନ ଲଢିଥିଲା ।

କିନ୍ତୁ ନିର୍ବାଚନ ହାରିବା ପରେ ଆପ ମନେ କଲା କଂଗ୍ରେସ ସହ ମିଳିତ ଭାବରେ ନିର୍‌ବାଚନ ଲଢି କିଛି ଫାଇଦା ନାହିଁ । ତେଣୁ ବିଧାନସଭା ନିର୍‌ବାଚନରେ ଏକାକୀ ମଇଦାନକୁ ଓହ୍ଲାଇଲା ।

ହେଲେ କୁହାଯାଉଥିଲା ଯେହେତୁ ଦୁଇ ଦଳ ଭିତରେ ମେଣ୍ଟ ଥିଲା ତେଣୁ ରାହୁଲ ଆପ ବିରୋଧରେ ଲଢିବେ ନାହିଁ । କିନ୍ତୁ ଏବେ ସେପରି କିଛି ମନେ ହେଉନାହିଁ ।

ରାହୁଲ ଯେଉଁଭଳି ରାଜନୈତିକ ଗୋଟି ଚଳାଉଛନ୍ତି ସେଥିରେ ଆପ ବି ଧରାସାୟୀ ହୋଇଯିବାର ଆଶଙ୍କା ରହିଛି ।