Breaking: ଶ୍ରୀମନ୍ଦିରରେ ଟଳି ପଡ଼ିଲେ ସୁଆର ବଡୁ ସେବାୟତ, କାରଣ ଅସ୍ପଷ୍ଟ

ଶ୍ରୀମନ୍ଦିରରେ ଟଳି ପଡ଼ିଲେ ସୁଆର ବଡ଼ୁ ସେବାୟତ ଜଗନ୍ନାଥ ସୁନାଥାଳି । ହସ୍ପିଟାଲ୍‌ ନେବା ପରେ ମୃତ ଘୋଷଣା କଲେ ଡାକ୍ତର ।

ଭୁବନେଶ୍ବର: ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା । ମନ୍ଦିର ଭିତରେ ଟଳିପଡିଲେ ସୁଆର ବଡୁ ସେବାୟତ । ତେବେ ତାଙ୍କୁ ଉଦ୍ଧାର କରାଯାଇ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ସେବାୟତଙ୍କ ନାମ ଜଗନ୍ନାଥ ସୁନାଥାଳି ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ମୃତ ଜଗନ୍ନାଥ ସେବାୟତ ମଧ୍ୟାହ୍ନ ଧୂପ ନୀତି ବେଳେ ଅସୁସ୍ଥ ହୋଇ ପଡିଥିଲେ । ଏହାପରେ ସମସ୍ତ ଏକାଠୀ ହୋଇ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କର ମୃତ୍ୟୁ ହୋଇଥିବା କଥା କହିଛନ୍ତି ।

ତେବେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରି ନାହିଁ । ହାର୍ଟ ଆଟାକ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି ।