Video: ନିଆଁର ଆଁ’ରେ ଜଙ୍ଗଲ, ଆତଙ୍କିତ ଜୀବଜନ୍ତୁ! କାନ୍ଦିକାନ୍ଦି ମଣିଷ ପାଖରୁ ଖୋଜୁଛନ୍ତି ସାହାରା
[Video] ଏଠି ବାଘ-ହରିଣ ଏକାଠି, କୋଳକୁ ଦଉଡ଼ି ଆସୁଛନ୍ତି ସିଂହ-ବିଲୁଆ। ମୃତ୍ୟୁର ତାଣ୍ଡବ ଭିତରେ ଦିଶୁଛି କେବଳ ବଞ୍ଚିବାର ରାହା। ନିଆଁରୁ ବଞ୍ଚିବାକୁ ବିକଳ ହେଇ ମଣିଷ ପାଖକୁ ଧାଇଁ ଆସୁଛନ୍ତି ଜଙ୍ଗଲି ଜୀବଜନ୍ତୁ।
ନୂଆଦିଲ୍ଲୀ: ଆମେରିବାର ଲସ୍ ଆଞ୍ଜେଲସର ଜଙ୍ଗଲରେ ଲାଗିଥିବା ନିଆଁ କ୍ରମାଗତ ଭାବେ ଆତଙ୍କ ସୃଷ୍ଟି କରୁଛି। ମନୁଷ୍ୟ ଓ ପଶୁପକ୍ଷୀଙ୍କ ପାଇଁ ମଧ୍ୟ ବିପର୍ଯ୍ୟୟ ଆସିଛି। ଜୀବଜନ୍ତୁ ଜଙ୍ଗଲରୁ ପଳାଉଥିବା ଦେଖିବାକୁ ମିଳିଛି।
ଏହି ଭୟଙ୍କର ନିଆଁରୁ ବର୍ତ୍ତିବା ପାଇଁ କେଉଁଠି ଦୌଡ଼ିବେ ତାହା ପଶୁମାନେ ବୁଝି ପାରୁନାହାନ୍ତି। ଏଠି ଏକାଠି ବସିଛନ୍ତି ବାଘ-ହରିଣ, କୋଳକୁ ଦଉଡ଼ି ଆସୁଛି ସିଂହ।
ମୃତ୍ୟୁର ତାଣ୍ଡବ ଭିତରେ ଦିଶୁଛି କେବଳ ବଞ୍ଚିବାର ରାହା। ନିଆଁରୁ ବଞ୍ଚିବାକୁ ବିକଳ ହେଇ ମଣିଷ ପାଖକୁ ପଶି ଆସୁଛନ୍ତି ଜଙ୍ଗଲି ଜୀବଜନ୍ତୁ। ସେହିଭଳି ଆହୁରି ଅନେକ ପଶୁ ମଧ୍ୟ ସହର ଭିତରକୁ ଆସୁଥିବା ଦେଖିବାକୁ ମିଳୁଛି।
ଯାହାର ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଦେଖନ୍ତୁ ହୃଦୟକୁ ଦୋହଲାଇ ଦେବା ଭଳି ଏହି ଭିଡିଓ।
View this post on Instagram
ଜଙ୍ଗଲରେ ନିଆଁ ଲାଗିଥିବାରୁ ପ୍ରାଣୀ ଆଶ୍ରୟସ୍ଥଳୀରେ ଆଉ ସ୍ଥାନ ନାହିଁ। ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଲସ୍ ଆଞ୍ଜେଲସର ଲାଙ୍ଗ ଫାଉଣ୍ଡେସନକୁ ଦୁଃଖୀ ଗୃହପାଳିତ ପଶୁମାଲିକଙ୍କ ଠାରୁ ପ୍ରାୟ ୬୦ଟି କଲ୍ ଆସିଛି।
ଫାଉଣ୍ଡେସନ ପଶୁମାନଙ୍କୁ ଖାଦ୍ୟ, କମ୍ବଳ ଓ ଔଷଧ ଯୋଗାଇ ଦେଉଛି। ଲାଙ୍ଗ ଫାଉଣ୍ଡେସନର ପ୍ରଶାସକ ମେଗାନ୍ ଫେନର କହିଛନ୍ତି, ଆମେ ୩ଟି କୁକୁରଙ୍କୁ ଆଶ୍ରୟସ୍ଥଳକୁ ନେଇଯାଇଛୁ।
ପାସାଡେନା ହ୍ୟୁମାନ ଆଶ୍ରୟସ୍ଥଳୀର ଜନସମ୍ପର୍କ ପ୍ରବନ୍ଧକ କେଭିନ୍ ମ୍ୟାକମାନୁସ୍ କହିଛନ୍ତି ଯେ ମଙ୍ଗଳବାର ରାତିରୁ ସମସ୍ତ ଆକାରର ୧୮୦ରୁ ଅଧିକ ପଶୁଙ୍କୁ ମୁକ୍ତ କରାଯାଇଛି।