Video: ସହଦେବ ନାୟକ ହତ୍ୟାକାଣ୍ଡ ମାମଲାରେ ଲିପିକାର ନୂଆ ନାଟକ: ‘ତଣ୍ଟି ଚିପୁଛି ଢ଼େଗ’
[Video] ରାତି ହେଲେ ଜେଲ ଭିତରୁ ଶୁଭୁଛି ବିକଟାଳ ରଡି। ଅନ୍ଧାରରେ କିଏ ମାଡି ଆସୁଛି ଲିପିକା ସେଲକୁ। ଭୟଙ୍କର ଚିତ୍କାରରେ ଫାଟୁଛି ଜେଲ ଘର। ମରିଗଲି ମରିଗଲି ବୋଲି ବିକଳ ହେଇ କହି କାନ୍ଦୁଛି ଲିପିକା!
ଭୁବନେଶ୍ୱର: ରାତି ହେଲେ ଜେଲ ଭିତରୁ ଶୁଭୁଛି ବିକଟାଳ ରଡି। ଅନ୍ଧାର ସହ ଯେମିତି କିଏ ମାଡି ଆସୁଛି ଲିପିକା ଥିବା ସେଲ ଭିତରକୁ। ଭୟଙ୍କର ଚିତ୍କାରରେ ଫାଟୁଛି ଜେଲ ଘର।
ମରିଗଲି ମରିଗଲି ବୋଲି ବିକଳ ହେଇ କହି କାନ୍ଦୁଛି ଲିପିକା। ସହଦେଵ ଓରଫ ଢ଼େଗକୁ ରସୁଲଗଡ଼ ରାସ୍ତାରେ ନିର୍ମମ ଭାବରେ ହାଣିଥିବା ଲିପିକାକୁ କିଏ ସେଲ ଭିତରେ କରୁଛି କଲବଲ।
ତଂଟି ଚିପି ମାଡିବସି ଦେଉଛି ଯନ୍ତ୍ରଣା। ଖାଲି ଆଖିକୁ କିଛି ଦେଖା ଯାଉନଥିଲେ ବି ଲିପିକା ନିଜେ କହୁଛି କୁଆଡେ ଢ଼େଗ ତାସହ ଏମିତି କରୁଛି। ଦର୍ଶକବନ୍ଧୁ ଜେଲର ସେଲ ଭିତରେ ନ୍ୟାୟ ମାଗୁଛି ଢ଼େଗର ଆତ୍ମା।
ପ୍ରତିଶୋଧ ପରାୟଣ ହୋଇ ଖୋଜୁଛି ତା ହତ୍ୟାକାରୀମାନଙ୍କୁ। ତେବେ ମିଳିଥିବା କିଛି ସୂଚନାନୁସାରେ ବିଚାରାଧୀନ କଏଦୀ ଭାବରେ ସହଦେବ ନାୟକ ହତ୍ୟାକାଣ୍ଡର ହତ୍ୟାକାରୀମାନଙ୍କୁ ସେଲ ଭିତରେ ରଖାଯାଇଛି।
ବାହାରେ କଡା ପ୍ରହାରା ଦିଆଯାଉଥିବା ବେଳେ ଲିପିକା ର ଏମିତି ଅଜବ କାର୍ନାମା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି। ଅଧରାତିରେ ସେଲ ଭିତରେ ଦୌଡୁଛି ଲିପିକା, ଛାଡ଼ିଦେ ଢ଼େଗ ମୋତେ ବୋଲି ବିକଳ ହେଇ କହୁଛି।
ନିଜ ହାତରେ ନିଜ ବେକକୁ ଚିପି ଧରି ଭୂଇଁ ରେ ଗଡୁଛି। ଆଉ ଏ ସବୁ ଦେଖି ପୁରା ଛାନିଆ ହେଇ ଯାଉଛନ୍ତି ଅନ୍ୟମାନେ। ଢ଼େଗର ଆତ୍ମା ଏମିତି କଲବଳ କରୁଥିବା ନେଇ ଚର୍ଚା ହେଉଥିବା ବେଳେ, ଲିପିକା ରହୁଥିବା ସେଲ କୁ ବାରମ୍ବାର ବଦଳାଯାଉଥିଲେ ବି ରାତି ହେଲେ ତା ସହ ସମାନ ଘଟଣା ଘଟୁଛି ବୋଲି କହୁଛନ୍ତି ପ୍ରତ୍ୟେକ୍ଷଦର୍ଶୀ ମାନେ।
ପାଗଳୀ ପରି ଵୁଲିଚାଉଳି ହେଉଛି ଲିପିକା। ପରା ବୁଦ୍ଧିରେ ଘଟି ଥିବା ଏମିତି ଜଘନ୍ୟ କାଣ୍ଡ ପାଇଁ ନିଜକୁ ଦୋଷ ବି ଦେଉଛି। ହେଲେ ଆଉ ବର୍ତ୍ତିବାର ରାସ୍ତା ନାହିଁ ତା ପାଖରେ।
ଢ଼େଗର ଆତ୍ମା ନ୍ୟାୟ ମାଗୁଛି ତା ବିଭତ୍ସ ହତ୍ୟାର। ଏବେ କିଏ ପିଠିରେ ପଡିବ ମାୟାବିନୀ ଲିପିକାର। ରମା ମାଉସୀ ତ ତା ପୁଅ ସହ ଏବେ ବି ଫେରାର। ଆଉ ଏପଟେ ଅସହ୍ୟ ଯନ୍ତ୍ର ଦେଉଛି ଢ଼େଗର ଆତ୍ମା।
ରାତି ବଢିଲେ ଯନ୍ତ୍ରଣା ବଢୁଛି ଲିପିକାର। ତେବେ ଘଟଣାର କେବେ ହେବ ପରି ସମାପ୍ତି। ଘଟଣା ଦିନରୁ ଲିପିକା ଆଖିରେ ପାଲକଃ ପକାଇଦେବାକୁ ଦେଉନି ଢ଼େଗର ଆତ୍ମା।
କଣ ସତରେ ପ୍ରତିଶୋଧ ନେଉଛି ଢ଼େଗ ନା ପୋଲିସକୁ ଭୁଆଁ ବୁଲାଇ ଖସି ଯିବାକୁ ପିଶାଚୀନୀ ଲିପିକା କରୁଛି ପ୍ରୟାସ।