ଶ୍ବଶୁର ଘରେ ବଳିପଡିଲେ ଜ୍ବାଇଁ, ଛୁରୀ ଭୁସି ହତ୍ୟା କଲେ ଶାଶୁଘର ଲୋକେ !

ବରଗଡ ପାଇକମାଳରେ ଚାଞ୍ଚଲ୍ୟ । ଶ୍ବଶୁର ଘରେ ଜ୍ବାଇଁଙ୍କୁ ଛୁରାମାଡ଼ କରି ହତ୍ୟା ଅଭିଯୋଗ ।

ଭୁବନେଶ୍ବର: ବରଗଡ଼ରେ ବିଭତ୍ସ ହତ୍ୟା । ଜ୍ବାଇଁକୁ ଛୁରାମାଡ କଲେ ଶ୍ବଶୁର ଘର ଲୋକେ । ଏନେଇ ଥାନାରେ ଅଭିଯୋଗ ହୋଇଛି ।

ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ପାଇକମାଲର ନରସିଂହ ପଡାରୁ ସାମ୍ନାକୁ ଆସିଛି ଏହି ଦୁଃଖଦ ଘଟଣା । ମୃତ ଯୁବକ ହେଲେ ଗୋବିନ୍ଦ ପ୍ରଧାନ ।

 କେମିତି ହେଲା ହତ୍ୟା-  ସୂଚନା ଅନୁସରେ, ଗୋବିନ୍ଦ ନିଜ ଶାଶୁଘରକୁ ବୁଲିବାକୁ ଯାଇଥିଲେ । ଏହି ସମୟରେ ତାଙ୍କ ପତ୍ନୀ ଏବଂ ଶଶୁର ଘର ଲୋକେ ମିଶି ତାଙ୍କୁ ହତ୍ୟା କରିଥିବା କଥା ଗୋବିନ୍ଦଙ୍କ ବାପା ଅଭିଯୋଗ କରିଛନ୍ତି ।

ଗତକାଲି ଅର୍ଥାତ୍ ବୁଧବାର ରାତିରେ ତାଙ୍କୁ ଛୁରାମାଡ଼ ହେବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।

ତେବେ କେଉଁ ପରିସ୍ଥିତିରେ ଏବଂ କାହିଁକି ଏହି ଛୁରାମାଡ ଘଟିଲା ତାହା ଜଣାପଡି ନାହିଁ । ପାଇକମାଳା ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।