ମାଲକାନଗିରି: (ଓଡ଼ିଶା ଭାସ୍କର) ଯବାନଙ୍କ ଦ୍ବାରା ମାଓବାଦୀଙ୍କ ବଡ଼ ଟନେଲ ଠାବ। ଛତିଶଗଡ଼ ସୁକମା ଓ ବିଜାପୁର ସୀମାରେ ବଡ଼ ଟନେଲ୍ ଠାବ।
୧୨ ମାଓବାଦୀ ମୃତ ପରେ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ଠାବ। ଘଞ୍ଚ ଜଙ୍ଗଲ ଭିତରେ ବିରାଟ ଟନେଲ ଦେଖିବାକୁ ପାଇଥିଲେ ଯବାନ। ଅପରେସନ୍ ବେଳେ ମାଓବାଦୀ ଏଠି ଲୁଚି ରହୁଥିବା ସୂଚନା।
ବିଜାପୁରର ଜଙ୍ଗଲରେ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷାବାହିନୀ ୧୨ ଜଣ ନକ୍ସଲଙ୍କୁ ନିପାତ କରିଛନ୍ତି । ବିଜାପୁର ଓ ତେଲେଙ୍ଗାନା ସୀମାରେ ଥିବା ୩ଟି ଜିଲ୍ଲାର ମାଓବାଦୀଙ୍କ ବିରୋଧରେ ଯବାନମାନେ ବଡ଼ ଅପରେସନ ଚଳାଇଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଡିଆରଜି ବିଜାପୁର, ଡିଆରଜି ସୁକମା, ଡିଆରଜି ଦାନ୍ତେୱାଡା, କୋବ୍ରା ୨୦୪, ୨୦୫, ୨୦୬, ୨୦୮, ୨୧୦ ଏବଂ ସିଆରପିଏଫ ୨୨୯ ବାଟାଲିୟନର ମିଳିତ ଟିମ୍ ବଡ଼ ମାଓ କ୍ୟାଡରଙ୍କ ଉପସ୍ଥିତି ଖବର ଆଧାରରେ ଅପରେସନ କରିଥିଲେ।
୧୬ ତାରିଖ ସକାଳ ୯ଟାରେ ସୁରକ୍ଷାବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏନକାଉଣ୍ଟର ସ୍ଥଳରୁ ଏକ ଏସଏଲଆର ସମେତ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।