ଡାଲମିଆ ସିମେଣ୍ଟ କାରଖାନାରେ ଦୁର୍ଘଟଣା ଘଟଣା, 36 ଘଣ୍ଟା ପରେ ଉଦ୍ଧାର ହେଲା 2 ମୃତଦେହ
ଡାଲମିଆ କମ୍ପାନୀରେ ଷ୍ଟକ୍ ରଖାଯାଇଥିବା କୋଇଲା ହପର୍ ଭୁଶୁଡ଼ିବା ଘଟଣା । ଉଦ୍ଧାର ହେଲା 2 ମୃତଦେହ ।
ଭୁବନେଶ୍ବର: ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କାରଖାନା ଦୁର୍ଘଟଣା ଘଟଣା । ଉଦ୍ଧାର ହେଲା 2 ଜଣ ଶ୍ରମିକଙ୍କର ମୃତଦେହ । 36 ଘଣ୍ଟା ପରେ 2 ଜଣଙ୍କର ମୃତଦେହ ଇଦ୍ଧାର କରାଯାଇଛି । ବର୍ତ୍ତମାନ ସୁଦ୍ଧା ଆଉ ଜଣେ ନିଖୋଜ ରହିଛନ୍ତି । ତେବେ ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ ।
ଖବର ଅନୁସାରେ, ଗତ 16 ତାରିଖରେ ସନ୍ଧ୍ୟା ସମୟରେ ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କାରଖାନାର ୟୁନିଟ-2ର କୋଲ୍ ହପର ଭୁଶୁଡି ପଡିଥିଲା । ତେବେ ଟନଟନ କୋଇଲା ତଳେ ଶ୍ରମିକମାନେ ଚାପି ହୋଇ ଯାଇଥିଲେ ।
କାରଖାନାର ବୈଷୟିକ ଦଳ ସହ ଜିଲ୍ଲାର ୭ଟି ଅଗ୍ନିଶମ ବାହିନୀ, ଓଡ୍ରାଫ ଦଳ ଓ ପୁଲିସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଥିଲେ ।
ଘଟଣାସ୍ଥଳରେ କ୍ରେନ୍, ଆମ୍ବୁଲାନ୍ସ, ଦମକଳବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । କିନ୍ତୁ ଶ୍ରମିକମାନଙ୍କର 36 ଘଣ୍ଟା ଯାଏଁ କୌଣସି ପତ୍ତା ମିଳିପାରିନଥିଲା ।
ଏହାକୁ ବିରୋଧ କରି ସମ୍ପର୍କୀୟମାନେ କାରଖାନାରେ ଧସେଇ ପସିଥିଲେ । ତେବେ 36 36 ଘଣ୍ଟା ପରେ ବର୍ତ୍ତମାନ ମୃତଦେହ ଉଦ୍ଧାର କରାଯାଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ପରିଚୟ ସ୍ପଷ୍ଟ କରାଯାଇ ନାହିଁ ।