ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା, ଘୁଞ୍ଚିଲା ଆବେଦନ ତାରିଖ

ଭୁବନେଶ୍ବର: ଆସନ୍ତା 20 ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

20 ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ରହିଥିବା କାରଣରୁ ସେଦିହିନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବୋଲି ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ କେବେ ପୁଣି ଅଭିଯୋଗ ଶୁଣାଣି ହେବ ସେନେଇ ଗଣମାଧ୍ୟମ ଜରିଆରେ ସୂଚନା ଦିଆଯିବ ବୋଲି କୁହାଯାଇଛୁ ।

ପ୍ରାଥମିକ ଏବଂ ହାଇସ୍କୁଲ ସ୍ତରରେ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଆବେଦନ ଶେଷ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।

ଚଳିତ ମାସ 17 ତାରିଖ ପର୍ଯ୍ୟନ୍ତ ଆବେଦନର ସମୟ ସୀମା ଧାର୍ଯ୍ୟ କରାଯାଇଥିଲା । ବର୍ତ୍ତମାନ ଏହି ତାରିଖକୁ ବଢାଇ ଦିଆଯାଇଛି । ବର୍ତ୍ତମାନ ଏହାକୁ 22 ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଏନେଇ ବୋର୍ଡ ପକ୍ଷରୁ ପ୍ରେସ ବିବୃତ୍ତିରେ ସୂଚନା ଦିଆଯାଇଛି ।

ତେବେ ପରୀକ୍ଷାରେ ଷଷ୍ଠ ଏବଂ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ହିଁ  ଭାଗ ନେଇପାରିବେ । ଷଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆବେଦନ ବ୍ଲକ ଶିକ୍ଷାଧିକାରୀଙ୍କ ଜରିଆରେ କରାଯିବ । ସେହିପରି ନବମ ଶ୍ରେଣୀର ଆବେଦନ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଦ୍ବାରା କରାଯିବ । ପରୀକ୍ଷା ସମୟରେ ଖୁବଶୀଘ୍ର ନୀତି ନିର୍ଘଣ୍ଟ କରାଯିବ ବୋଲି କୁହାଯାଇଛି ।