Big Breaking: ରାଜ୍ୟ ଫରେନ୍‌ସିକ୍ ଲାବ୍ରୋଟୋରୀ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ; ଏକାଧିକ ବନ୍ଧୁକରୁ ନବ ଦାସଙ୍କୁ ଗୁଳିମାଡ଼, ମିଳୁନି ରକ୍ତ ଭିଜା ସାର୍ଟ !

ଦିବଙ୍ଗତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ପଛରେ ଗୋପାଳ ନା ଆଉ କିଏ? ରିପୋର୍ଟକୁ ନେଇ ଉଠିଲା ପ୍ରଶ୍ନବାଚୀ

ଭୁବନେଶ୍ବର: ଦିବଙ୍ଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଖୁଲାସା । ଗୋଟିଏ ନୁହେଁ ବରଂ ଏକାଧିକ ବନ୍ଧୁକରୁ ନବ ଦାସଙ୍କୁ ହୋଇଥିବା ଗୁଳିମାଡ଼ । ଏନେଇ ରାଜ୍ୟ ଫରେନ୍ସିକ ଲାବ୍ରୋଟୋରୀରେ ଆଶ୍ଚର୍ଯ୍ୟଜନକ ଖୁଲାସା କରାଯାଇଛି ।

ଏତିକି ଗୁଳି କରିଥିଲା ଗୋପାଳ-  ତଥ୍ୟ ଅନୁସାରେ, ଘଟଣା ଦିନ ସ୍ବାସ୍ଥ୍ୟବିଭାଗ ଗାଡ଼ିକୁ ମଧ୍ୟ ୫ ରାଉଣ୍ଡ ଗୁଳି ହୋଇଥିଲା  । ଗୋପାଳ ବନ୍ଧୁକରୁ ୩ ଗୁଳିରୁ ଗୋଟେ ଖୋକା ଏଯାଏଁ ମିଳିନି । ଗୋପାଳର ଗୋଟିଏ ଗୁଳି ବ୍ଲାଙ୍କ ହୋଇଥିବା ବେଳେ ଆଉ ଗୋଟେ ଅକାମୀ ହୋଇଥିଲା ।

ତେବେ ଅନ୍ୟ ଗୁଳିର ଖୋକା ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ତେବେ ଏଠାରେ ପ୍ରଶ୍ନ ଉଠୁଛି ନବ ଦାସ ହତ୍ୟାକାଣ୍ଡ ମାମଲାରେ କେବଳ ଗୋପାଳ ନା ଆଉ କିଏ ରହିଛି ।

ଗୋପାଳଙ୍କ ଓକିଲଙ୍କ ବୟାନ- ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ସୂଚନା ଦେଲେ ଅଭିଯୁକ୍ତ ଗୋପାଳ ଦାସଙ୍କ ଓକିଲ । ପୋଲିସ ଦାଖଲ କରିଥିବା ସିଜର ଲିଷ୍ଟରେ ନବଙ୍କ ରକ୍ତଭିଜା ସାର୍ଟ ନାହିଁ ।

ରକ୍ତ ଭିଜା ସାର୍ଟ ମିସିଙ୍ଗ୍‌ ଥିବା ଚାର୍ଜସିଟ୍‌ରେ ଉଲ୍ଲେଖ କରାଯାଇଛି । ନବଙ୍କ ଦେହରେ ବାଜି ବାହାରିଥିବା ଗୁଳି ମଧ୍ୟ ମିଳିନଥିବା ସୂଚନା ମିଳିଛି । ତେବେ ଏନେଇ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ପ୍ରତିକ୍ରିୟା ମିଳିପାରିନି ।

ସମସ୍ତ ବିଷୟକୁ ଦେଖି ଆଉ କିଏ ଗୁଳି କରି ଗୋପାଳ ମୁଣ୍ଡରେ ଅଠା ବୋଳିଲା ଭଳି ମନେ ହେଉଛି । ସ୍ବାସ୍ଥ୍ୟ ବିଭାଗ ଗାଡ଼ିକୁ 5 ରାଉଣ୍ଡ ଗୁଳି କିଏ କରିଲା ସେନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।