ଶୋଇଥିବା ବେଳେ ହଠାତ୍ ଘରେ ଲାଗିଲା ନିଆଁ, ଗୋଟିଏ ପରିବାରର 4 ଜୀବନ୍ତ ଦଗ୍ଧ

ଗଜିଆବାଦରେ ଏକ ଘରେ ଲାଗିଲା ନିଆଁ । 4ଜଣଙ୍କ ମୃତ୍ୟୁ ସୂଚନା ।

ନୂଆଦିଲ୍ଲୀ: ଜଣେ 32 ବର୍ଷୀୟ ମହିଳାଙ୍କ ସମେତ 3 ଜଣ ଛୁଆ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଆଜି ଭୋରୁ ଘରେ ନିଆଁ ଲାଗିଯାଇଥିବା ବେଳେ ଶୋଚନୀୟ ଭାବେ ପୁରା ପରିବାରର ମୃତ୍ୟୁ ହୋଇଥିବା କଥା କୁହାଯାଇଛି । ଉତ୍ତରପ୍ରଦେଶର ଗଜିଆବାଦରୁ ସାମ୍ନାକୁ ଆସିଛି ଏହି ଘଟଣା ।

ଶୋଇଥିବା ବେଳେ ଘରେ ନିଆଁ ଲାଗିଯାଇଥିଲା- ପରିବାର ଲୋକେ ରାତିରେ ଖାଇ ପିଇ ଏକାଠି ଶୋଇଥିଲେ । ଭାବିଥିଲେ ପୁଣି ସକାଳୁ ଉଠିବେ । ହେଲେ ସୂର୍ଯ୍ୟଦୋୟ ଦେଖିବା ପୂର୍ବରୁ ହିଁ ଚାଲିଯାଇଥିଲା ଜୀବନ । ହାତ ଧରାଧରି ହୋଇ ସମସ୍ତେ ଆରପାରିକୁ ଚାଲିଯାଇଛନ୍ତି । କୌଣସି କାରଣ ହେତୁ ଘରେ ନିଆଁ ଲାଗିଯାଇଥିଲା ।

ନିଆଁ ଆଁରୁ ବାହାରିପାରିନଥିଲେ- ଦେଖୁଦେଖୁ ଚାରିଆଡେ ବ୍ୟାପି ଯାଇଥିଲେ । ଫଳରେ ପରିବାର ଲୋକେ ଆଉ ବାହାରକୁ ବାହାରି ପାରିଲେ ନାହିଁ । ଫଳରେ 32 ବର୍ଷୀୟ ମହିଳାଙ୍କ ସମ୍ତେ ତାଙ୍କର ଦୁଇ ନାବାଳକ ଛୁଆ ଏବଂ ସମ୍ପର୍କୀୟ ଛୁଆର ମୃତ୍ୟୁ ହୋଇଛି । ତେବେ ସୌଭାଗ୍ୟବଶତଃ ସ୍ବାମୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଯାଇଛନ୍ତି ।

ସୂଚନା ଅନୁସାରେ, ନିଆଁ ଲାଗିବା ବେଳେ ଘରେ ସମୁଦାୟ 8ଜଣ ରହିଥିଲେ । ଅନ୍ୟ 2 ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ନିଆଁ ଲାଗିବାର କାରଣ ଜଣାପଡି ନଥିବା ବେଳେ ସର୍ଟସର୍କିଟ ପାଇଁ ଏହା ହୋଇଥାଇପାରେ ବୋଲି କୁହାଯାଇଛି ।