ଏହିଦିନରୁ ଓଡ଼ିଶାରେ PMAY ପାଇଁ ସର୍ଭେ ଆରମ୍ଭ; ଯୋଗ୍ୟତା ମାନଦଣ୍ଡ କୋହଳ କଲେ ସରକାର

ଆବାସ ଯୋଜନାରେ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ଏହି ସର୍ଭେ ୧.୫ ରୁ ୨ ମାସ ପର୍ଯ୍ୟନ୍ତ ଚାଲିବ। ଲୋକମାନେ ପଞ୍ଚାୟତ କାର୍ଯ୍ୟାଳୟରେ ଅଫଲାଇନ୍ ଏବଂ ପୋର୍ଟାଲ୍ ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ

ଭୁବନେଶ୍ୱର: ଜାନୁଆରୀ ୨୪ରୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY) ପାଇଁ ସର୍ଭେ ଆରମ୍ଭ କରିବେ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି। ସର୍ଭେ ପାଇଁ ଏହି ଦିନ ସରକାର ଏକ ପୋର୍ଟାଲ ଆରମ୍ଭ କରିବେ। ସୁଲଭ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ଏହି ସର୍ଭେ ୧.୫ ରୁ ୨ ମାସ ପର୍ଯ୍ୟନ୍ତ ଚାଲିବ। ଲୋକମାନେ ପଞ୍ଚାୟତ କାର୍ଯ୍ୟାଳୟରେ ଅଫଲାଇନ୍ ଏବଂ ପୋର୍ଟାଲ୍ ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି।

ଆବେଦନ ପ୍ରକ୍ରିୟା ବିଷୟରେ ଲୋକଙ୍କୁ ସୂଚନା ଦେବା ପାଇଁ ପଞ୍ଚାୟତିରାଜ ବିଭାଗ ପଞ୍ଚାୟତ ସ୍ତରରେ ସଚେତନତା ବୈଠକ କରିଛି। ସେ କହିଛନ୍ତି ଯେ କେନ୍ଦ୍ର ସରକାର PMAY ଅଧୀନରେ ବାସଗୃହ ସଂଖ୍ୟା ୨ କୋଟିରୁ ୩ କୋଟିକୁ ବୃଦ୍ଧି କରିଛନ୍ତି।

ନାଏକ ଆହୁରି କହିଛନ୍ତି ଯେ କେନ୍ଦ୍ର ସରକାର ଯୋଜନା ପାଇଁ ଯୋଗ୍ୟତା ମାନଦଣ୍ଡରେ ପରିବର୍ତନ ଆଣିଛନ୍ତି।ଏଣିକି ମୋଟରସାଇକେଲ କିମ୍ବା ରେଫ୍ରିଜରେଟର ଥିବା ଲୋକମାନେ ମଧ୍ୟ ଆବେଦନ କରିପାରିବେ। ଯୋଗ୍ୟତା ପାଇଁ ବାର୍ଷିକ ଆୟ ସୀମା ୧୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ପିତାମାତାଙ୍କଠାରୁ ଅଲଗା ରହୁଥିବା ପୁଅମାନେ ଏବଂ ସ୍ୱାମୀଙ୍କଠାରୁ ଅଲଗା ରହୁଥିବା ମହିଳାମାନେ ପୃଥକ ଆବେଦନ ଦାଖଲ କରିପାରିବେ। ତେବେ ଯେଉଁମାନେ ପୂର୍ବରୁ ଆବେଦନ କରିଥିଲେ କିନ୍ତୁ ଏପର୍ଯ୍ୟନ୍ତ ଘର ପାଇଁ ନାହାନ୍ତି ଏବଂ ଅପେକ୍ଷା କରିଛନ୍ତି, ସେମାନଙ୍କୁ ନୂତନ ଆବେଦନ ଦାଖଲ କରିବାକୁ ପଡିବ ବୋଲି ନାୟକ କହିଛନ୍ତି।