ଆଜି ଖୋଲିବ ହଂସପାଳ ଓଭରବ୍ରିଜ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କଲେ ଉଦଘାଟନ
ବହୁ ପ୍ରତୀକ୍ଷାର ଅନ୍ତ ଘଟିବ। ଆଜି ହଂସପାଳ ଓଭର ବ୍ରିଜରେ ଗାଡ଼ି ଗଡ଼ିବ। ଓଭରବ୍ରିଜର ଶୁଭ ଉଦଘାଟନ କରିବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଆଉ ସଂଧ୍ୟା ହେଲେ ଲାଗିବନି ଭିଡ଼।
ଭୁବନେଶ୍ୱର: ଆଜି ଖୋଲିବ ହଂସପାଳ ଫ୍ଲାଏଓଭର ବ୍ରିଜ। ବହୁ ପ୍ରତୀକ୍ଷିତ ହଂସପାଳ ଫ୍ଲାଏ ଓଭରବ୍ରିଜର ଶୁଭ ଉଦଘାଟନ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।
ପାଖାପାଖି ପାଞ୍ଚ ବର୍ଷର ଅପେକ୍ଷା ପରେ ଏବେ ଏହି ଓଭରବ୍ରିଜ ଦେଇ ଯାତାୟତ କରିପାରିବେ ସାଧାରଣ ଜନତା। ଏଣିକି ଆଉ ସନ୍ଧ୍ୟା ହେଲେ ଜାମ ହେବନି ଭୁବନେଶ୍ୱରରୁ କଟକକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା।
କେତେଦିନ ଲାଗିଲା ଓଭରବ୍ରିଜ କାମ: ଯଦି ଦେଖିବା ଯେତେବେଳେ ହଂସପାଳ ଓଭରବ୍ରିଜ ହେବା ପାଇଁ କଥା ସ୍ଥିର ହେଲା। ସେତେବେଳେ ମାତ୍ର ୧୮ ମାସ ଭିତରେ ପ୍ରକଳ୍ପ କାର୍ଯ୍ୟ ସାରିବା ପାଇଁ ଚୁକ୍ତି ହୋଇଥିଲା।
କିନ୍ତୁ ପ୍ରକଳ୍ପ କାମରେ ଏତେ ବିଳମ୍ୱ ହେଲା ଯେ ଓଭରବ୍ରିଜ ସମ୍ପୂର୍ଣ୍ଣ ହେବା ପାଇଁ ପାଞ୍ଚ ବର୍ଷ ଲାଗିଗଲା। ଏହା ଭିତରେ ଦୁଇ ଥର ଠିକା ସଂସ୍ଥା ବି ବଦଳିଗଲେ।
ପୂର୍ବରୁ ଖୋଲିଥିଲା ଗୋଟିଏ ପାଖ: ହଂସପାଳ ରାସ୍ତା ସବୁବେଳେ ଭିଡ଼ ରହୁଥିବାରୁ କଟକରୁ ଭୁବନେଶ୍ୱରକୁ ଆସୁଥିବା ଯାତ୍ରୀ ଗତ ବର୍ଷଠାରୁ ଏହି ବ୍ରିଜର ବ୍ୟବହାର କରିପାରୁଥିଲେ।
ହେଲେ ଭୁବନେଶ୍ୱରରୁ କଟକକୁ ଯାତାୟତ କରିପାରୁନଥିଲେ। ହେଲେ ଏବେ ସମ୍ପୂର୍ଣ୍ଣ ଦୁଇପଟରୁ ଗାଡ଼ି ଯାତାୟତ କରିପାରିବ।
ରାଜନୈତିକ ବୟାନବାଜି: ଓଭରବ୍ରିଜ କାମରେ ବିଳମ୍ୱ ହେଉଥିବାରୁ, ପାଖାପାଖି ପାଞ୍ଚବର୍ଷ ସମୟ ଲାଗିଯିବାରୁ ଏହାକୁ ନେଇ ଅନେକ ରାଜନୈତିକ ବୟାନବାଜି ମଧ୍ୟ ଆରମ୍ଭ ହୋଇଥିଲା।
ରାଜମେତାଙ୍କ ମଧ୍ୟରେ ପରସ୍ପର ଉପରେ ଦୋଷ ବି ଲଦା ଚାଲିଥିଲା। ତଥାପି ଏହାକୁ ପାଞ୍ଚବର୍ଷ ଲାଗିଗଲା। ହେଲେ ଏହି ପ୍ରତୀକ୍ଷାର ଏବେ ଅନ୍ତ ଘଟିବାକୁ ଯାଉଛି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ଏହି ହଂସପାଳ ଓଭରବ୍ରିଜର ଉଦଘାଟନ କରିଛନ୍ତି।