ପୂର୍ବ ସରକାରକୁ ମୋହନ ମାଝୀଙ୍କ ଟାର୍ଗେଟ, କହିଲେ ଶିକ୍ଷାକୁ ଗୁରୁତ୍ୱ ନଦେଇ ସ୍ମାର୍ଟ ସ୍କୁଲ କରିଥିଲେ
ପ୍ରାଥମିକ ଶିକ୍ଷାକୁ ଗତ ସରକାର ଆଦୌ ଦେଖି ନଥିଲେ । ଏଭଳି କହି ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ।
ଭୁବନେଶ୍ବର: ରାଜ୍ୟରେ ଜାତିୟ ଶିକ୍ଷାନୀତି ଲାଗୁ ହେବା ନେଇ କର୍ମଶାଳା ଆୟୋଜିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେବା ସମୟରେ ପୂର୍ବ ସରକାରର ଶିକ୍ଷା ବ୍ୟବସ୍ଥାକୁ ଟାର୍ଗେଟ କରିଛନ୍ତି । 24 ବର୍ଷର ଶାସନ କାଳରେ ଦୁର୍ଭାଗ୍ୟଜନକ ସ୍ଥିତି ରହିଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସ୍ମାର୍ଟ ସ୍କୁଲକୁ ନେଇ ସରକାରଙ୍କ ଟାର୍ଗେଟ- ମୋହନ ମାଝୀ ଟାର୍ଗେଟ କରି କହିଛନ୍ତି, “ରାଜ୍ୟରେ ବିଦ୍ୟାଳୟ ଭିତ୍ତିଭୂମି ସୁଦୃଢ଼ ନାହିଁ । ପୂର୍ବ ସରକାର ଶିକ୍ଷାର ରୂପାନ୍ତରଣ କଲେ। ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ନ ସଜାଡି ସ୍ମାର୍ଟ ସ୍କୁଲ କଲେ। ପୁରୁଣା କାନ୍ଥରେ ରଙ୍ଗଦେଲେ ରୂପାନ୍ତରଣ ହୁଏ ନାହିଁ ।
ପୂର୍ବ ସରକାର ସମୟରେ ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଉନଥିଲେ । ସରକାର ଏହା ସ୍ବିକାର କରିବା ଦରକାର । ନୂଆ ସରକାର ଏହାକୁ ଗୁରୁତର ସହିତ ନେଇଛନ୍ତି । ପୂର୍ବରୁ ଗୋଟେ ଶ୍ରେଣୀରେ ଚାରୋଟି ଶ୍ରେଣୀର ପାଠପଢ଼ା ହେଉଥିଲା। ବର୍ତ୍ତମାନ ବ୍ୟବସ୍ଥିତ କରାଯିବା ନେଇ ଆଲୋଚନା ଚାଲିଛି ।
ସମସ୍ୟାକୁ ଗୁରୁତ୍ବର ସହ ନେଉଛି ବିଜେପି ସରକାର- ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଏବଂ ସଶକ୍ତ କରିବା ପାଇଁ ଆମ ସରକାର ପ୍ରତିବଦ୍ଧ । ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି ଲାଗୁ ହେବାରେ ବିଳମ୍ବ ହେଉଥିଲା । କିନ୍ତୁ ଆମ ସରକାର ଲାଗୁ କରିବା ପାଇ ଘୋଷଣା କରିଥିବା କଥା ମୁଖ୍ୟମନ୍ତ୍ରୀ କହିଛନ୍ତି ।