ରାଜ୍ୟରେ ନିଯୁକ୍ତି ପାଇବେ ୫ ହଜାର ଡାକ୍ତର,କ୍ୟାବିନେଟ ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା
ଡାକ୍ତରୀ ଓ ସ୍ଵାସ୍ଥ୍ୟସେବା ନିୟମାବଳୀ ୨୦୧୭ ସଂଶୋଧନ କରାଯାଇଛି। ୫ ହଜାର ଡାକ୍ତର ନିଯୁକ୍ତି ଦେବାକୁ ତୁରନ୍ତ ବ୍ୟବସ୍ଥା କରାଯିବ। ୧୨୬ ଡ଼େଣ୍ଟାଲ ଡ଼ାକ୍ତର ମଧ୍ୟ ନିଯୁକ୍ତି ପାଇବେ।
ଭୁବନେଶ୍ୱର: ରାଜ୍ୟରେ ନିଯୁକ୍ତି ପାଇବେ ୫ ହଜାର ଡାକ୍ତର। କ୍ୟାବିନେଟ ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୂଚନା । ଏହାସହ ୧୨୬ ଜଣ ଡେଣ୍ଟାଲ ଡାକ୍ତର ନିଯୁକ୍ତି ହେବାନେଇ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଥିବା ସୂଚନା ମିଳିଛି।
ଡାକ୍ତରୀ ଓ ସ୍ୱାସ୍ଥ୍ୟସେବା ନିୟମାବଳୀ ୨୦୧୭ର ମଧ୍ୟ ସଂଶୋଧନ କରାଯାଇଛି। ଯଥାଶୀଘ୍ର ରାଜ୍ୟରେ ପାଞ୍ଚ ହଜାର ଡାକ୍ତର ନିଯୁକ୍ତି ଦେବା ପାଇଁ ସରକାର ବ୍ୟବସ୍ଥା କରିବେ।
୧୦ଟି କ୍ୟାବିନେଟ ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ବେଳେ, ଡାକ୍ତର ନିଯୁକ୍ତି ପ୍ରସ୍ତାବ ଉପରେ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
୧୦ଟି ପ୍ରସ୍ତାବ ଉପରେ ମଞ୍ଜୁରୀ: ଯଦି ଦେଖିବା ଆଜି ବସିଥିବା କ୍ୟାବିନେଟ ବୈଠକରେ ୧୦ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି।
ବିଶେଷ କରି ଯେଉଁ ସବୁ ପ୍ରସ୍ତାବ ରାଜ୍ୟର ହିତରେ ରହିଛି ମୁଖ୍ୟମନ୍ତ୍ରୀ ସେହିସବୁ ପ୍ରସ୍ତାବକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଯେପରିକି ଶୀତଳ ଭଣ୍ଡାର ପାଇଁ ସବସିଡ଼ି ହେଉ କିମ୍ୱା ଆଦର୍ଶ ବିଦ୍ୟାଳୟ କଥା ହେଉ।
ଠିକ୍ ସେହିପରି ରାଜ୍ୟର ମୁଖ୍ୟ ସମସ୍ୟା ଥିବା ଡ଼ାକ୍ତର ନିଯୁକ୍ତି ପ୍ରସ୍ତାବ ଉପରେ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମାରିଛନ୍ତି ମୁଖ୍ୟମନ୍ତ୍ରୀ।
୨୦୧୭ ନିୟମାବଳୀ କ’ଣ: ଚଳିତ ବର୍ଷର ପ୍ରଥମ କ୍ୟାବିନେଟ ବୈଠକରେ ସରକାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି।
ଏକ ପ୍ରକାର କୁହାଯାଉଛି କି ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ଯେଉଁପରି ଭାବରେ ହେବା କଥା, ପୂର୍ବ ସରକାର ସମୟରେ ସେପରି ହୋଇପାରିଲା ନାହିଁ। ଏବଂ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୧୭ ଡାକ୍ତରୀ ନିୟମାବଳୀର ଯେଉଁ ଶଂସୋଧନ କରିଛନ୍ତି।
ସେଥିରେ ସବୁଠାରୁ ବଡ଼କଥା ହୋଇଛି। ରାଜ୍ୟରେ ଯେଉଁଭଳି ଭାବରେ ପାଞ୍ଚ ହଜାର ଡାକ୍ତର ନିଯୁକ୍ତ ପାଇଁ ପ୍ରସ୍ତାବ ରହିଥିଲା। ସେ ପ୍ରସ୍ତାବକୁ ସରକାର ଅତି ଗମ୍ଭୀର ସହକାରେ ନେଇଛନ୍ତି।
ପାଞ୍ଚ ହଜାର ଡାକ୍ତର କିଭଳି ଭାବରେ ନିଯୁକ୍ତି ପାଇବେ ତା ଉପରେ ସରକାର ଅଧିକରୁ ଅଧିକ ଗୁରୁତ୍ୱ ଦେଉଛନ୍ତି।
୧୨୬ ଡ଼େଣ୍ଟାଲ ଡ଼ାକ୍ତର ନିଯୁକ୍ତି: ଆଜି କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ଏହା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ଯଥାଶୀଘ୍ର ରାଜ୍ୟରେ ୧୨୬ ଡେଣ୍ଟାଲ ଡାକ୍ତର ନିଯୁକ୍ତି କରିବା ପାଇଁ ମଧ୍ୟ ଯୋଜନା କରିଛନ୍ତି। ଅଧିକ ଡାକ୍ତର ରହିଲେ ଚିକିତ୍ସା ଭଲ ହେବ।
କାରଣ ଗ୍ରାମାଞ୍ଚଳରେ ଶିକ୍ଷା ଯେପରି ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, ଠିକ୍ ସେହିପରି ସ୍ୱାସ୍ଥ୍ୟ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ତେଣୁ ଯଥାଶୀଘ୍ର ରାଜ୍ୟରେ ପାଞ୍ଚ ହଜାର ଡାକ୍ତର ନିଯୁକ୍ତ ହେବା ନେଇ ସରକାର ସୂଚନା ଦେଇଛନ୍ତି।