ବାରବାଟୀ ଭାରତ-ଇଂଲଣ୍ଡ ମ୍ୟାଚ୍, ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ
ଦିନିକିଆ ମ୍ୟାଚ ପାଇଁ ପ୍ରଥମ ଟିକେଟ କିଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏନେଇ ସୋସିଆଲ ମିଡ଼ିଆ ଏକ୍ସରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ।
ଭୁବନେଶ୍ୱର: ପ୍ରଥମ ଟିକେଟ୍ କିଣିଲେ ମୁଖ୍ୟମନ୍ତ୍ରୀ। ଭାରତ ଇଂଲଣ୍ଡ କଟକ ବାରବାଟୀ ଦିନିକିଆ ମ୍ୟାଚ ପାଇଁ ପ୍ରଥମ ଟିକେଟ କିଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏନେଇ ସୋସିଆଲ ମିଡ଼ିଆ ଏକ୍ସରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ।
ଓସିଏ ପକ୍ଷରୁ କାର୍ଯ୍ୟକାରୀ ସଭାପତି ପଙ୍କଜ ମହାନ୍ତି, ସଂପାଦକ ସଞ୍ଜୟ ବେହେରା, ଅନୁଗୋଳ ବିଧାୟକ ତଥା ଆପେକ୍ସ କାଉନସିଲ ସଦସ୍ୟ ପ୍ରତାପ ପ୍ରଧାନ, ଓଡ଼ିଶା ଅଲମ୍ପିକ ଆସୋସିଏସନ ସଂପାଦକ ଅଭିଜିତ ପାଲ୍, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାରବାଟୀରେ ହେବାକୁ ଥିବା ଇଂଲଣ୍ଡ ଭାରତ ଓ୍ୱାନ ଡ଼େ ପାଇଁ ପ୍ରଥମ ଟିକେଟ କିଣିଛନ୍ତି।
ବାରବାଟୀରେ ହେବ ମ୍ୟାଚ: ତେବେ ଦୀର୍ଘ ଦିନ ପରେ ବାରବାଟୀରେ ମ୍ୟାଚ ହେବାକୁ ଯାଉଛି। ଆସନ୍ତା ଫେବୃଆରୀ ୯ ତାରିଖରେ ବାରବାଟୀରେ ଭାରତ ଇଂଲଣ୍ଡ ଦିନିକିଆ ମ୍ୟାଚ ଖେଳାଯିବ।
ଏନେଇ କ୍ରିକେଟ ପ୍ରେମୀଙ୍କ ମନରେ ମଧ୍ୟ ଅନେକ ଉତ୍କଣ୍ଠା ରହିଛି। ଟିକେଟ କିଣିବା ପାଇଁ ମଧ୍ୟ ଲୋକ ଅପେକ୍ଷା କରି ରହିଛନ୍ତି। ଆଶା ଅଛି ଭାରତ ଏଥର ଭଲ ପ୍ରଦର୍ଶନ କରିବ। ଆଉ ମ୍ୟାଚ ଓ୍ୱିନ କରିବ।
ବିଜୟ ଲକ୍ଷ୍ୟରେ ଭାରତୀୟ ଟିମ୍: ଅନ୍ୟପଟେ ଟ୍ୱେଣ୍ଟି ଟ୍ୱେଣ୍ଟିରେ ବିଜୟ ବାନା ଉଡ଼ାଇବାର ଲକ୍ଷ୍ୟ ନେଇ ଭାରତୀୟ କ୍ରିକେଟ୍ ଦଳ ଆଜି ଇଂଲଣ୍ଡ ବିପକ୍ଷରେ ପଡ଼ିଆକୁ ଓହ୍ଲାଇଛି। ଏହି ପ୍ରଥମ ଲଢ଼େଇ ଆଜି ସଂଧ୍ୟା ୭ଟାରୁ ଆରମ୍ଭ ହୋଇଛି ।
ଟେଷ୍ଟ୍ କ୍ରିକେଟରେ ମିଳିଥିବା ବିଫଳତାକୁ ଭୁଲି ଫଟାଫଟ୍ କ୍ରିକେଟ୍ ଅଭିଯାନରେ ବାହାରିଛି ଟିମ୍। ତେବେ ଦେଖାଯାଉ ଆଜି ଭାରତୀୟ କ୍ରିକେଟ୍ ଟିମର ପ୍ରଦର୍ଶନ କିପରି ରହୁଛି।