ନୂଆଦିଲ୍ଲୀ: ସାମ୍ନାକୁ ଆସିଛି ଅଜବ ଘଟଣା । ଜଣେ ମହିଳାଙ୍କର ଚାକିରି ନେଇଯାଇଛି ବିଲେଇ । କଥାଟି ଶୁଣିବା ପାଇଁ ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସମ୍ପୁର୍ଣ୍ଣ ସତ୍ୟ । 25 ବର୍ଷୀୟ ମହିଳାଙ୍କର ସହିତ ଏପରି ଘଟିଛି । ଦକ୍ଷିଣ-ପଶ୍ଚିମ ଚାଇନାରୁ ସାମ୍ନାକୁ ଆସିଛି ଏହି ଘଟଣା ।
ଖବର ଅନୁସାରେ, ମହିଳାଜଣକ ଘରେ ବିଲେଇ ପାଳୁଥିଲେ । ପାଖାପାଖି 9ଜଣ ରହିଥିଲେ । ତେବେ ଭଲ କମ୍ପାନୀ ଆସିଲେ କମ୍ପାନୀ ଛାଡିବେ ବୋଲି ପୂର୍ବରୁ ହିଁ ଇମେଲରେ ଟ୍ରାଫ୍ଟ କରି ରଖିଥିଲେ ।
ତେବେ ଲାଫଟପକୁ ରଖି ମହିଳା ଅନ୍ୟକାମରେ ବ୍ୟସ୍ତ ରହିଥିବାବେଳେ ବିଲେଇ ତାହା ଉପରେ ଡେଇଁ ଚାଲିଯାଇଥିଲା । ଦୁର୍ଘଟଣାବଶତଃ ମେସେଜଟି ସେଣ୍ଡ ହୋଇଯାଇଥିଲା ।
ତେବେ ମହିଳାଜଣକ ପରେ ଏବିଷୟରେ ଜାଣିବାକୁ ପାଇଲେ । କିଭଳି ସମ୍ଭବ ହୋଇପାରିଲା ବୋଲି ଭାବିବା ପରେ ସିସିଟିଭି କ୍ୟାମେରାରେ ସବୁକିଛି କୟଦ ହୋଇଥିଲା ।
ମହିଳାଜଣକ ନିଜ ମାଲିକକୁ ଏହି ଘଟଣା ବିଷୟରେ କହିବା ପରେ ମଧ୍ୟ ସେ ଶୁଣିନଥିଲେ । ଫଳରେ ଅକାରଣରେ ତାଙ୍କୁ ଚାକିରି ହରାଇବା ପାଇଁ ପଡିଥିଲା । ବିଲେଇ ଦ୍ୱାରା ଇମେଲ୍ ପାଇଁ ବର୍ଷ ଶେଷରେ ମିଳୁଥିବା ବୋନସ୍ ମଧ୍ୟ ହାତରୁ ଚାଲିଯାଇଛି ।