ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସମସ୍ତଙ୍କୁ ରୋଗ ହେଉଛି । ସାଧାରଣତଃ ଓଜନ ଏବଂ ମୁହଁକୁ ଦେଖି ସ୍ବାସ୍ଥ୍ୟ ସମସ୍ୟା ନେଇ ଦେଖାଯାଇଥାଏ ।
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ପାଦର ଚର୍ମ, ନଖ ଦେଖି ରୋଗ ଚିହ୍ନଟ କରାଯାଇପାରିବ । ପାଦରେ ଯନ୍ତ୍ରଣା ହେବା, ଫୁଲିବା, ଶିରା ପ୍ରଶିରାରେ ସମସ୍ୟା ଦେଖାଯାଏ, ସେମାନେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ଅଟେ ।
ଅନେକ ସମୟରେ ପାଦ ଫୁଲିବା ଭଳି ସମସ୍ୟା ଦେଖାଯାଇଥାଏ । ହାର୍ଟ, କିଡନୀ କିମ୍ବା ଲିଭରରେ କୌଣସି ସମସ୍ୟା ହୋଇପାରେ ।
ନଖ ମୋଟା ହେବା ଫଙ୍ଗଲ ସଂକ୍ରମଣର ଲକ୍ଷଣ ହୋଇପାରେ । ହେଲେ କେତେକ କ୍ଷେତ୍ରରେ ଏହା ଥାଇରଏଡ ସମସ୍ୟା ହୋଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ।
ନଖ ହଳଦିଆ ହେବା ଦ୍ବାରା ଫୁସଫୁସ ଏବଂ ରକ୍ତର ଅଭାବ ମଧ୍ୟ ହୋଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।
ବାରମ୍ବାର ପାଦ ଫୁଲିବା କିମ୍ବା ଅଧିକ ସମୟ ଫୁଲା ରହିବା କିଡନୀ, ହାଡ, ପାଚନ ତନ୍ତ୍ର, ହୃଦୟ ଏବଂ ସ୍ନାୟୁ ସମ୍ବନ୍ଧୀୟ ସମସ୍ୟାର ସଙ୍କେତ ଦେଇପାରେ । ଡାଇବେଟିସର ଲକ୍ଷଣ ଭାବରେ ବିଚାର କରାଯାଏ ।