ସ୍ତ୍ରୀକୁ ଗର୍ଭ ଯନ୍ତ୍ରଣା ହେବାରୁ ହସ୍ପିଟାଲ ଯାଉଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ସ୍ବାମୀର ଜୀବନ, ଘଣ୍ଟାଏ ପରେ ଜନ୍ମ ହେଲା ଛୁଆ
ଭୋପାଳରେ ସଡ ଦୁର୍ଘଟଣା । ସ୍ବାମୀର ମୃତ୍ୟୁ ପରେ କନ୍ୟା ସନ୍ତାନକୁ ଜନ୍ମ ଦେଲା ସ୍ତ୍ରୀ ।
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଯେ କେହି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏକ ସଡକ ଦୁର୍ଘଟଣାରେ ସ୍ବାମୀର ମୃତ୍ୟୁ ହୋଇଗଲା ।
ସ୍ବାମୀର ମୃତ୍ୟୁପରେ ଛୁଆ ଜନ୍ମ- କିନ୍ତୁ ସୌଭାଗ୍ୟବଶତଃ ଗର୍ଭବତୀ ସ୍ତ୍ରୀ ବଞ୍ଚି ଯାଇଥିଲା । ଦୁର୍ଘଟଣାର 1 ଘଣ୍ଟା ପରେ ହିଁ ସ୍ତ୍ରୀ ଏକ ଛୁଆକୁ ଜନ୍ମ ଦେଇଛି ।
ଡିଭାଇଡରରେ ପିଟି ହୋଇ ଦୁର୍ଘଟଣା- ଦୁର୍ଘଟଣା ଲାଲଘାଟି ସ୍ଥିତ ହଲାଲପୁର ବସଷ୍ଟାଣ୍ଡର ଅଟେ । ଏଠାରେ କାରଟି ଡିଭାଇଡରରେ ଧକ୍କା ହୋଇ ଓଲଟିପଡିଥିଲା । ଏହି ଘଟଣାରେ ଗାଡି ଚାଳକ ଏବଂ ସଡୁଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିଲା ।
ପ୍ରସବ ଯନ୍ତ୍ରଣା ପାଇଁ ହସ୍ପିଟାଲ ଯାଉଥିଲେ- ସ୍ତ୍ରୀକୁ ପ୍ରସବ ପୀଡା ହେବା କାରଣରୁ ସମସ୍ତେ ହସ୍ପିଟାଲ ଯାଉଥିଲେ । ଯୁବକଙ୍କର ନାମ ମହିନ୍ଦ୍ରା ରହିଥିବା ବେଳେ ସ୍ତ୍ରୀର ନାମ ବବଲି ବୋଲି ଜଣାପଡିଛି ।
ତେବେ ଆହତଙ୍କୁ ଉଦ୍ଧାର କରି ପୋଲିସ ହସ୍ପିଟାଲରେ ଭର୍ତ୍ତି କରିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।