ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ: ରାସନ କାର୍ଡ ସରେଣ୍ଡର କଲେ କାର୍ଯ୍ୟାନୁଷ୍ଠାନ ହେବନି…ପ୍ରତି ବ୍ଲକରେ ୨୦୦ରୁ ୩୦୦ ଅଯୋଗ୍ୟ ହିତାଧିକାରୀ
ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା । ଅଯୋଗ୍ୟ ହିତାଧିକାରୀଙ୍କୁ ସରେଣ୍ଡର କରିବାକୁ ଅପିଲ ।
ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ରାସନ କାର୍ଡ ଧରପଗଡ ଆରମ୍ଭ ହୋଇଛି । ଅନେକ ଅଯୋଗ୍ୟ ହିତାଧିକାରୀ ରାସନକାର୍ଡ ହାତେଇ ଫାଇଦା ଉଠାଇଛନ୍ତି । ଏଥିରେ ସରକାରୀ ଅଧିକାରୀ ମଧ୍ୟ ବାଦ ପଡିନାହାନ୍ତି ।
ତେବେ ଏନେଇ ଆଜି ପୁଣି ଲୋକଙ୍କୁ ଚେତାଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । 31 ତାରିଖ ସୁଦ୍ଧା ସରେଣ୍ଡର କଲେ କାର୍ଯ୍ୟାନୁଷ୍ଠାନ ହେବନି ବୋଲି ମନ୍ତ୍ରୀ କହିଛନ୍ତି ।
ଇ କେଓ୍ବାସି ଶେଷ ତାରିଖ- ବର୍ତ୍ତମାନ ଇକେଓ୍ବାସି ଜାରି ରହିଥିବା ବେଳେ ଏହା 31 ତାରିଖରେ ଶେଷ ହେବ । ଯଦି ସରେଣ୍ଡର ନକରନ୍ତି ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ସରେଣ୍ଡର ନକଲେ କାର୍ଯ୍ୟାନୁଷ୍ଠାନ- ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଅଯୋଗ୍ୟ ହିତାଧିକାରୀଙ୍କୁ ସରେଣ୍ଡର କରିବାକୁ ଅପିଲ କରାଯାଇଛି । ପ୍ରତି ବ୍ଲକରେ ୨୦୦ରୁ ୩୦୦ ଅଯୋଗ୍ୟ ହିତାଧିକାରୀ ରହିଥିବା ସୂଚନା ରହିଛି ।
ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଚାଞ୍ଚଲ୍ୟକର ସୂଚନା । ପ୍ରାୟ ୪ ଲକ୍ଷ ଆୟକରଦାତା ମଧ୍ୟ ରାସନ ନେଉଥିଲେ କହିଲେ ମନ୍ତ୍ରୀ । ଇ-କେଓ୍ବାଇସି ସରିବା ପରେ ନୂଆ ଆବେଦନ ପାଇଁ ପୋର୍ଟାଲ ଖୋଲିବ ବୋଲି ମନ୍ତ୍ରୀ କହିଛନ୍ତି ।
ପ୍ରାୟ 41 ଲକ୍ଷ ବର୍ତ୍ତମାନ ସୁଦ୍ଧା ମଧ୍ୟ ଇକେଓ୍ବାଇସି କରିନାହାନ୍ତି । ଏହା ପରେ ହିଁ ସ୍ପଷ୍ଟ ହୋଇପାରିବ ଯେ, କେତେ ଭୂତ ରାସନକାର୍ଡଧାରୀ ରହିଛନ୍ତି ।