ମାଘ ମାସରୁ ଗ୍ରୀଷ୍ମ ଅନୁଭୂତି, ଡ଼ରାଇଲାଣି ଖରା ତାତି

ବିଭିନ୍ନ ସ୍ଥାନରେ ବଢ଼ିଲାଣି ପାରଦ। ମାଘ ମାସରେ ବାଘ ଭଳି ଶୀତ ପରିବର୍ତ୍ତେ ଡରାଇଲାଣି ଗ୍ରୀଷ୍ମ ପ୍ରବାହ। କିଛି ସହରରେ ତାପମାତ୍ରା ଗତ ୨୪ ଘଣ୍ଟାରେ ବୃଦ୍ଧି।

ଭୁବନେଶ୍ୱର: ମାଘ ମାସରୁ ରାଜ୍ୟରେ ଅନୁଭୂତ ହେଲାଣି ଖରା ତାତି। ବିଭିନ୍ନ ସ୍ଥାନରେ ବଢ଼ିଲାଣି ପାରଦ। ମାଘ ମାସରେ ବାଘ ଭଳି ଶୀତ ପରିବର୍ତ୍ତେ ଡରାଇଲାଣି ଗ୍ରୀଷ୍ମ ପ୍ରବାହ।

ଯାହାକୁ ନେଇ ଚିନ୍ତାରେ ପଡିଲେଣି ଲୋକେ। ଯଦି ଜାନୁଆରୀରୁ ଏଭଳି ଖରା ହୁଏ, ତାହାଲେ ବୈଶାଖ ମାସରେ ପରିସ୍ଥିତି କ’ଣ ହେବ ତାହା ଏବେଠୁ ଅନୁମାନ କରିହେଉଛି।

କେଉଁଠି କେତେ ପାରଦ: ଗତ ୨୪ ଘଣ୍ଟା ଭିତରେ ସେମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରହିଛି। ରାଉରକେଲା, ଦାରିଙ୍ଗବାଡି, କୋରାପୁଟରେ ୧୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

କିଛି ସହରରେ ତାପମାତ୍ରା ଗତ ୨୪ ଘଣ୍ଟାରେ ବୃଦ୍ଧି ପାଇଛି । କହିବାକୁ ଗଲେ ଏବେଠାରୁ ରାଜ୍ୟରେ ପାରଦ ବଢ଼ିବା ଆରମ୍ଭ କଲାଣି। ଯାହା ଅନୁମାନ କରାଯାଉଛି ଆଗାମୀ ଦିନରେ ତାତି ଭୟଙ୍କର ହୋଇପାରେ।

ଶୀତ ବଦଳରେ ଖରା: ଯଦି ଦେଖିବା ସାଧାରଣତଃ ମାଘ ମାସରେ ବାଘ ଭଳି ଶୀତ ଅନୁଭୂତ ହୋଇଥାଏ। ଏହି ଦିନରେ ଲୋକେ ବିଭିନ୍ନ ଜାଗାରେ ପିକନିକ୍ କରିବାକୁ ଭଲ ପାଆନ୍ତି।

ଯେହେତୁ ଶୀତର ମାହୋଲ ଥାଏ ବୁଲାବୁଲି କରିବାକୁ ଭଲ ଲାଗେ। ହେଲେ ଚଳିତ ବର୍ଷ ଜାନୁଆରୀ ଆରମ୍ଭରୁ ଖରା ନିଜର କରାଳ ରୂପ ଦେଖାଇଲାଣି।

ଶୀତ ବଦଳରେ ଗରମ ହେଲାଣି। ତେଣୁ ଆଗକୁ ଖରା କି ରୂପ ନେବ ସେକଥା ଭାବି ଲୋକ ଚିନ୍ତାରେ ପଡ଼ିଲେଣି।