ରାଜଧାନୀରେ ଘନ କୁହୁଡ଼ି, ଦେଖାଯାଉନି ରାସ୍ତାଘାଟ-ଯାତାୟତ ବାଧାପ୍ରାପ୍ତ

ଭୁବନେଶ୍ବରରେ ଘନ କୁହୁଡିର ଆସ୍ତରଣ । ଦିଶୁନି ମୁହଁକୁ ମୁହଁ

ଭୁବନେଶ୍ବର; ଆଜି ବି ରାଜଧାନୀରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି । ରାସ୍ତାଘାଟ ଜମା ଦେଖାଯାଉନଥିବା ବେଳେ ଚାରିଆଡେ ଅନ୍ଧାକାର ରହିଛି । ଫଳରେ ଲୋକଙ୍କ ଯାତାୟତରେ ବାଧା ଉପୁଜିଛି ।

କୁହୁଡି ଚାଦର ତଳେ ସ୍ମାର୍ଟସିଟି-  ଗତକାଲି ମଧ୍ୟ ଟ୍ବିନସିଟିରେ ଘନ କୁହୁଡି ଦେଖାଯାଇଥିଲା । ଆଜି ପୁରୀ ଏବଂ ରାଜଧାନୀ ଭୁବନେଶ୍ବରେ କୁହୁଡି ଆସ୍ତରଣ ଦେଖାଯାଇଛି ।

ବଢିବ ସର୍ବନିମ୍ନ ତାପମାତ୍ରା-  ତେବେ ଜାନୁଆରୀ ମାସରୁ ରାଜ୍ୟରେ ଗରମ ଆରମ୍ଭ ହେଲାଣି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ସର୍ବନିମ୍ନ ତାପମାତ୍ରା 2ରୁ 4 ଡିଗ୍ରୀ ବୃଦ୍ଧି ପାଇବ ।

ପାଗ ମୁଖ୍ୟତଃ ଶୁଖିଲା ରହିବା ସହିତ ଉତ୍ତର-ପୂର୍ବ ଉପକୂଳ ଓଡିଶାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

କୁହୁଡି ନେଇ ପୂର୍ବାନୁମାନ-   ବାଲେଶ୍ବର, କେନ୍ଦ୍ରାପଡା, ଭଦ୍ରକ, ଜଗତସିଂହପୁର, କଟକ, ଭୁବନେଶ୍ବର, ପୁରୀ ଆଦି ଜିଲ୍ଲାରେ ଘନ କୁହୁଡି ଦେଖିବାକୁ ମିଳିଛି ।