ଜନ୍ମଗତ ନାଗରିକତା ଅଧିକାର ଉଚ୍ଛେଦ ମାମଲା, ଟ୍ରମ୍ପଙ୍କ ଆଦେଶ ଉପରେ ରୋକ୍
ଟ୍ରମ୍ପଙ୍କ ନାଗରିକତା ଆଇନକୁ ନେଇ ଆଦେଶ ଉପରେ କୋର୍ଟଙ୍କ ରୋକ । କହିଲେ ଏହା ଅସାମ୍ବିଧାନିକ ।
ନୂଆଦିଲ୍ଲୀ: ଶପଥ ଗ୍ରହଣ କରିବାର କିଛି ଦିନ ପରେ ହିଁ ଭାଙ୍ଗିଗଲା ଟ୍ରମ୍ପଙ୍କ ସ୍ବପ୍ନ । ଆମେରିକାରେ ଜନ୍ମଗତ ନାଗରିକତା ଅଧିକାରକୁ ଉଚ୍ଛେଦ କରିବା ପାଇଁ ଟ୍ରମ୍ପ ଜାରି କରିଥିବା ଆଦେଶ ଉପରେ ରୋକ୍ ଲଗାଇଛନ୍ତି କୋର୍ଟ । ସିଆଟେଲର ଏକ ସଂଘୀୟ କୋର୍ଟ ଏହାକୁ ଅସାମ୍ବିଧାନିକ ବୋଲି ଘୋଷଣା କରିଛନ୍ତି ।
ଟ୍ରମ୍ପଙ୍କ ଆଦେଶ ଉପରେ ରୋକ୍- କହିରଖୁଛୁ କି, ଟ୍ରମ୍ପ ଜାରି କରିଥିବା ଆଇନକୁ ନେଇ ଆମେରିକାର ବିଭିନ୍ନ ହସ୍ପିଟାଲରେ ଗହଳି ଦେଖିବାକୁ ମିଳିଥିଲା । ଟ୍ରମ୍ପଙ୍କ ବିରୋଧରେ ଆଗତ ପିଟିସନ ଉପରେ ଆମେରିକାର ଜିଲ୍ଲା ଜଜଙ୍କ କୋର୍ଟରେ ଶୁଣାଣି କରି ଆଦେଶ ଉପରେ ରୋକ୍ ଲଗାଇଛନ୍ତି ।
ବିଚାରପତି ଜନ୍ କଫେନାଓ୍ବର କହିଛନ୍ତି, ମୋର ଜୀବନ କାଳ ଭିତରେ ମୁଁ ଏଭଳି ରାୟ ଶୁଣିନାହିଁ । ଏଭଳି ଆଦେଶ ବା ରାୟକୁ ମୁଁ କେବେ ସାମ୍ନା କରିନାହିଁ । ଏହି ଆଦେଶ ସମ୍ବିଧାନର ସମ୍ପୁର୍ଣ୍ଣ ଉଲଂଘନ ।
କଣ ରହିଛି ନିୟମ- ଗତ 20 ତାରିଖରେ ଟ୍ରମ୍ପ ଦାୟିତ୍ବ ଗ୍ରହଣ କରିବା ପରେ ଅନେକ ଆଦେଶନାମା ଜାରି କରିଥିଲେ । ବିଦେଶୀ ନାଗରିକଙ୍କ ଛୁଆ ଆମେରିକାରେ ଜନ୍ମ ହେଲେ ଆମେରିକାର ନାଗରିକତା ପାଇବାର ଅଧିକାର ରହିଥିଲା ।
କିନ୍ତୁ ଟ୍ରମ୍ପ ଶପଥ ଗ୍ରହଣ କରିବା ପରେ ନାଗରିକତା ଆଇନ ଉଚ୍ଛେଦ ନେଇ ଘୋଷଣା କରିଛନ୍ତି । ଏହାପରେ ଅନେକ ପ୍ରି ଡେଲିଭରୀ କରିବା ସହିତ ଅନେକ କୋର୍ଟରେ ପିଟିସନ ଦାଖଲ ହୋଇଥିଲା । ତେବେ କୋର୍ଟଙ୍କ ନିଷ୍ପତ୍ତି ପରେ ରୋକ୍ ତାଙ୍କୁ ଏକ ପ୍ରକାର ଝଟକା ଲାଗିଛି ।