ଆଜିଠାରୁ ପ୍ରଧାନମନ୍ତ୍ରୀ ଆବାସ ସର୍ଭେ, ଶୀଘ୍ର କରନ୍ତୁ ଏହି କାମ

ଆଜିଠାରୁ ହେବ ଆବାସ ସର୍ଭେ। ଶୀଘ୍ର କରନ୍ତୁ ଏହିକାମ। ନହେଲେ ଆବାସ ପାଇବାରୁ ହୋଇପାରନ୍ତି ବଞ୍ଚିତ। ଆବାସ ପୋର୍ଟାଲର ବିଧିବଦ୍ଧ ଲଞ୍ଚ କରିବେ ରାଜ୍ୟ ସରକାର। ଆବାସ ପ୍ଲସ୍ ମୋବାଇଲ୍ ଆପ୍ ଜରିଆରେ ହେବ ସର୍ଭେ।

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ଆବାସ ସର୍ଭେ। ଆବାସ ପୋର୍ଟାଲର ବିଧିବଦ୍ଧ ଲଞ୍ଚ କରିବେ ରାଜ୍ୟ ସରକାର। ଉଭୟ ଅଫ ଲାଇନ ଓ ଅନ୍ ଲାଇନରେ ଆବେଦନ କରିପାରିବେ ହିତାଧିକାରୀ।

ପ୍ରଥମ ଥର ପାଇଁ ଆଶାୟୀ ଥିବା ହିତାଧିକାରୀ ନିଜେ ନିଜର ସର୍ଭେ କରିପାରିବେ। ଅଲଗା ହୋଇଥିବା ପରିବାର ମଧ୍ୟ ସର୍ଭେରେ ସାମିଲ ହୋଇପାରିବେ ବୋଲି ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି।

ମାନଦଣ୍ଡ କୋହଳ: ଯଦି ଦେଖିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଯେଉଁସବୁ ମାନଦଣ୍ଡ ଥିଲା। ସେଥିରେ କୋହଳ କରିଛନ୍ତି କେନ୍ଦ୍ର ସରକାର।

ଦୁଇ ଚକିଆ ଯାନ, ଫିଜ୍ ଏବଂ ଲ୍ୟାଣ୍ଡଲାଇନ୍ ଫୋନ୍ ଥିବା ପରିବାର ମଧ୍ୟ ଏଥର ସର୍ଭେ ତାଲିକାଭୁକ୍ତ ହୋଇପାରିବେ। ସେହିପରି ବାର୍ଷିକ ଆୟ ୧୫ ହଜାର ଟଙ୍କା ଥିଲେ ବି କରି ପାରିବେ ଆବେଦନ।

ବାପଠୁ ଭିନ୍ନ ହୋଇଥିବା ପୁଅ ଏବଂ ସ୍ୱାମୀ ଠାରୁ ଅଲଗା ରହୁଥିବା ମହିଳା ମଧ୍ୟ ଏଥର ଆବେଦନ କରିପାରିବେ। ହେଲେ ପୂର୍ବରୁ ଏହିସବୁ ଉପରେ ରୋକ ଲାଗିଥିଲା। ହେଲେ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏମାନେ ସାମିଲ ହୋଇପାରିବେ।

କିପରି କରିବେ ଆବେଦନ: ଏହି ଆବାସ ସର୍ଭେ ପାଖାପାଖି ୨ ମାସ ଚାଲିବ। ଆବାସ ପ୍ଲସ୍ ମୋବାଇଲ୍ ଆପ୍ ଜରିଆରେ ସର୍ଭେ ହେବ। ଉଭୟ ଅଫ୍‌ଲାଇନ ଏବଂ ଅନଲାଇନରେ ଆବେଦନ କରିପାରିବେ ହିତାଧିକାରୀ।

ପ୍ରଥମ ଥର ପାଇଁ ଆଶାୟୀ ପରିବାର ନିଜେ ନିଜର ସର୍ଭେ କରିବା ସହ ପୃଥକ ଭାବେ ବାସ କରୁଥିବା ପରିବାର ମଧ୍ୟ ସର୍ଭେରେ ସାମିଲ ହୋଇପାରିବେ।

ଆବେଦନକରୀ ମାନେ ପଞ୍ଚାୟତ ଗୁଡିକରେ ଅଫଲାଇନରେ ଆବେଦନ କରିପାରିବେ କିମ୍ଭା ଅନଲାଇନରେ ମଧ୍ୟ ଆବେଦନ କରିପାରିବେ। ଏଥିପାଇଁ ବିଭାଗ ପଞ୍ଚାୟତ ଗୁଡ଼ିକରେ ପଲ୍ଲୀସଭା କରି ସଚେତନ କରିସାରିଛି।

ଟୋଲ୍ ଫ୍ରି ନମ୍ବର: ଅଧିକ ସହାୟତା ଲାଗି ସରକାର ଟୋଲ୍ ଫ୍ରି ନମ୍ବର ମଧ୍ୟ ଜାରି କରିଛନ୍ତି। ୦୬୭୪-୬୮୧ ୭୭୭୭ରେ ଯୋଗାଯୋଗ କରି ହିତାଧିକାରୀମାନେ ସହାୟତା ପାଇପାରିବେ।