ଭୁବନେଶ୍ବର: ଓଡ଼ିଶା ବିଦ୍ୟୁତ ନିୟାମକ ଅଧ୍ୟମ ନିଯୁକ୍ତି ନେଇ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଦୀର୍ଘ 1 ବର୍ଷ ପରେ ନିଯୁକ୍ତି ନେଇ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଯୋଗ୍ୟ ଆବେଦନକାରୀ ଫେବୃଆରୀ 24 ସୁଦ୍ଧା ଆବେଦନ କରିପାରିବେ ।
ଶକ୍ତି ବିଭାଗ ପକ୍ଷରୁ ଏହି ପଦବୀ ନେଇ ଆବେଦନ ଆହ୍ବାନ କରାଯାଇଛି । 2023 ମସିହାରୁ ଏହି ପଦବୀ ଖାଲି ରହିଥିବା ବେଳେ ବର୍ତ୍ତମାନ ସରକାର ଏହି ପଦବୀ ପୂରଣ ପାଇଁ ଅଣ୍ଟା ଭିଡିଛନ୍ତି ।
ମାସିକ ଦରମା କେତେ- ପଦବୀରେ ରହିଥିବା ସମୟରେ ଅଧ୍ୟକ୍ଷ ମାସିକ 2 ଲକ୍ଷ ଟଙ୍କା ଦରମା ପାଇବେ । ଏହାସହିତ ଡିଏ ଏବଂ ଅନାନ୍ୟ ଭତ୍ତାର ମଧ୍ୟ ସୁବିଧା ପାଇବେ । ଏହି ପଦବୀରେ ରହିଥିବା ବେଳେ ସେ ଅନ୍ୟ କୌଣସି ପଦବୀରେ ରହିପାରିବେ ନାହିଁ ।
ଦାୟିତ୍ବ ଗ୍ରହଣ ପରଠାରୁ 5 ବର୍ଷ କିମ୍ବା 65 ବର୍ଷ ପୂରଣ ହେବା ଯାଏଁ କାର୍ଯ୍ୟ କରିବେ । ଅର୍ଥ, ବାଣିଜ୍ୟ, ଆଇନକୁ ନେଇ ତାଙ୍କର ସବିଶେଷ ଜ୍ଞାନ ରହିଥିବା ଜରୁରୀ ଅଟେ । ଯଦି ଦେଖିବା ଏହି ପଦବୀର ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ନିଯୁକ୍ତି ଦିଆଯାଇଥିଲା । କିନ୍ତୁ ପରବର୍ତ୍ତି ସମୟରେ ତାଙ୍କୁ ପୂର୍ବତନ ସରକାର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି କରିବା ପରେ ଏହି ପଦବୀ ଖାଲି ପଡିଥିଲା ।