Republic Day 2025: କର୍ତ୍ତବ୍ୟ ପଥରେ ବିଶ୍ୱ ଦେଖିବ ଭାରତର ସାମରିକ ଶକ୍ତି , ଶକ୍ତି ଏବଂ ସଂସ୍କୃତିର ଝଲକ
ଦେଶେ ପାଳୁଛି 76 ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀରୁ ପଲ୍ଲୀ ସବୁଠି ଉତ୍ସବ ମୁଖର ।
ନୂଆଦିଲ୍ଲୀ: ଆଜି 76ତମ ସାଧାରଣତନ୍ତ୍ର ଦିବସ । ଏନେଇ ଦିଲ୍ଲୀରୁ ପଲ୍ଲୀ ସବୁଠି ଉତ୍ସବ ମୁଖର । ଆଜି କର୍ତ୍ତବ୍ୟପଥରେ ପତ୍ତାକା ଉତ୍ତୋଳନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବେ ।
ଆଜିର ଅତିଥି ଇଣ୍ଡୋନେସିଆ ରାଷ୍ଚ୍ରପତି- ସାରା ଦେଶ ପାଳୁଛି ସାଧାରଣତନ୍ତ୍ର ଦିବସ । ବିଶ୍ବ ଦେଖିବ ଭାରତର ଶୌର୍ଯ୍ୟ ଓ ସାମର୍ଥ । ଆଜି ଇଣ୍ଡୋନେସିଆ ରାଷ୍ଚ୍ରପତି ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ତେବେ କାର୍ଯ୍ୟକ୍ରମ ନେଇ ଦିଲ୍ଲୀରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ତେବେ ସୁରକ୍ଷା ପାଇଁ କୋଣ ଅନୁକୋଣରେ ଯବାନଙ୍କୁ ମୁତୟନ କରାଯାଇଛି । ସମସ୍ତ ବ୍ୟବସ୍ଥା ଉପରେ ନଜର ରଖିଛି ଏଆଇ କ୍ୟାମେରା ।
ଗଡିବ ନନ୍ଦିଘୋଷ- ଭାରତର ସମ୍ବିଧାନର 75 ବର୍ଷ ପୂର୍ତ୍ତି ଉତ୍ସବ ମଧ୍ୟ ମନାଇବ ଭାରତ । କର୍ତ୍ତବ୍ୟପଥରେ ପ୍ରଜ୍ଞାପନ ମେଢ ମଧ୍ୟ ଗଡିବ । ଆଜି ପରେଡରେ ସଗର୍ବେ ଗଡିବ ଆତ୍ୟାଧୁନିକ ସେନା ଗାଡି ନନ୍ଦିଘୋଷ । ଚଳିତ ବର୍ଷର ଥିମ ରହିଛି ସ୍ବର୍ଣ୍ଣିମ ଭାରତ: ବିରାସତ ଓ ବିକାଶ । ଆକାଶରେ ଉଡିବ ଲଢୁଆ ବିମାନ ଏବଂ ପରାକ୍ରମ ଦେଖଇବେ ସେନାବାହିନୀ ।
ଅନ୍ୟପଟେ ଓଡିଶାରେ ମଧ୍ୟ ସାଧାରଣତନ୍ତ୍ର ଦିବସ ପାଳନ ନେଇ ସମସ୍ତ ପ୍ରକାର ଆୟୋଜନ ଶେଷ ହୋଇଛି । ରାଜ୍ୟପାଳ ଭୁବନେଶ୍ବରରେ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ କଟକରେ ମୁଖ୍ୟମନ୍ତ୍ରୀ ମୋହନ ଚର ମାଝୀ ପତ୍ତାକା ଉତ୍ତୋଳନ କରିବେ । 49 ମାର୍ଚ୍ଚିଂ କଣ୍ଟିନଜେଣ୍ଟ ସହ ଡେୟାରଡେଭିଲ ସୋ ପ୍ରଦର୍ଶନ ହେବ ।