ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ମଧୁସୂଦନ ପାଢ଼ୀ ହେଲେ ରାଜ୍ୟ ନିର୍ବାଚନ କମିଶନର। ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ବ ନେଲେ ମଧୁସୂଦନ ପାଢ଼ୀ।
ତୋଶାଳୀ ଭବନରେ ବିଧିବଦ୍ଧ ଭାବେ ଦାୟିତ୍ବ ନେଲେ। ଏଣିକି ଦାୟିତ୍ୱ ତୁଲାଇବେ ଅବସରପ୍ରାପ୍ତ ଆଇଏଏସ୍ ମଧୁସୂଦନ ପାଢ଼ୀ। ଆଦିତ୍ୟ ପାଢ଼ୀଙ୍କ ଅବସର ପରେ ଖାଲି ପଡ଼ିଥିଲା କମିଶନର ପଦ।
ମଧୁସୂଦନ ପାଢ଼ୀ ହେଉଛନ୍ତି ୧୯୯୧ ବ୍ୟାଚ୍ ଆଇଏଏସ୍ ଅଫିସର, ଯିଏ କି ପୂର୍ବରୁ ଓଡ଼ିଶା ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଥିଲେ।
ଦୀର୍ଘ ବର୍ଷର କ୍ୟାରିୟରରେ ମଧୁସୂଦନ ପାଢ଼ୀ ସୂଚନା ପ୍ରଯୁକ୍ତି ବିଦ୍ୟା ଓ ପରିବହନ ସମେତ ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟ କରିଛନ୍ତି।