ହେୟାର ସିରମ ଲଗାଉଥିଲେ ହୋଇଯାଆନ୍ତୁ ସାବଧାନ, ଭୋଗିବାକୁ ପଡ଼ିପାରେ ବଡ଼ ଅସୁବିଧା

ସତରେ କ'ଣ ହେୟାର ସିରମ ବ୍ୟବହାର କଲେ କେଶ ଉପୁଡ଼ିବା ବନ୍ଦ ହୋଇଯାଏ। କେଶ ଘନ ଓ ଲମ୍ୱା ହୁଏ। ନା ହେୟାର ସିରମ ବ୍ୟବହାର ଆପଣଙ୍କ କେଶ ଝଡ଼ିବା ବଦଳରେ ଆପଣଙ୍କୁ ବିପଦରେ ପକାଇପାରେ।

ଓଡିଶା ଭାସ୍କର: ଆଜିକାଲିକା ଦିନରେ ସମସ୍ତେ ଚାହାନ୍ତି ସୁନ୍ଦର ଦେଖାଯିବା ପାଇଁ। ସେଥିପାଇଁ ବିଭିନ୍ନ ପ୍ରକାରର ପ୍ରଡକ୍ଟ ବ୍ୟବହାର କରନ୍ତି। ସିଏ ତ୍ୱଚାର ଉଜ୍ୱଳତାକୁ ବୃଦ୍ଧି କରିବା ପାଇଁ ହେଉ, କିମ୍ୱା କେଶରେ ଚମକ ଆଣିବା ପାଇଁ ହେଉ।

ତେବେ ଆପଣ ଯଦି ଏଥିପାଇଁ କେଶରେ ହେୟାର ସିରମ ଲଗାଉଛନ୍ତି ତାହାଲେ ସାବଧାନ ହୋଇଯାଆନ୍ତୁ। ନହେଲେ ଭୋଗିପାରନ୍ତି ବଡ଼ ସମସ୍ୟା। କେଶରେ ସିରମ ଲଗାଇବା ପୂର୍ବରୁ କରନ୍ତୁ ଏହି କାମ।

ସିରମ ଲଗାଇବାର ଫାଇଦା: ଏବେକା ଦିନରେ ଚୁଟି ଝଡ଼ିବା ପ୍ରାୟତଃ ସମସ୍ତଙ୍କ କ୍ଷେତ୍ରରେ ଦେଖାଯାଉଛି। ସେଥାପାଇଁ ଛୋଟ ପିଲାଠୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ। ମହିଳାଙ୍କଠୁ ନେଇକି ପୁରୁଷଙ୍କ ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ ରହୁଛନ୍ତି।

ଆଉ ଯେତେବେଳେ ଶୁଣୁଛନ୍ତି ସିରମ ଲଗାଇବା ଦ୍ୱାରା କେଶ ମଜବୁତ ହେଉଛି। ଚୁଟି ଉପୁଡ଼ିବା କମିଯିବା ସହ ଅଧିକ ମୋଟା ଓ ଲମ୍ୱା ହେଉଛି। ଏପରିକି ରୁପି ମଧ୍ୟ କମ୍ ହେଉଛି। ତେଣୁ ବିଭିନ୍ନ ପ୍ରକାରର ସିରମ ବ୍ୟବହାର କରିବାରେ ଲାଗିପଡ଼ୁଛନ୍ତି। କିନ୍ତୁ ଏହି ସିରମ ପ୍ରକୃତରେ କଣ ଏହିସବୁ ସମସ୍ୟାର ସମାଧାନ କରୁଛି।

କାହିଁକି ଝଡ଼େ କେଶ: ତେବେ ଏପରି କେଶ ଝଡ଼ିବା ପାଇଁ ଡାକ୍ତରମାନଙ୍କର ମତ ମାନସିକ ଚାପ। ହରମୋନାଲ ଅସନ୍ତୁଳନ,ଖରାପ ଖାଦ୍ୟପେୟ, ପୋଷକ ତତ୍ତ୍ୱର ଅଭାବ, ଜିନ୍ ଓ ଭୁଲ ହେୟାର କେୟାର ପ୍ରଡକ୍ଟର ବ୍ୟବହାର ଯୋଗୁଁ ଏପରି ସମସ୍ୟା ଦେଖାଦେଇଥାଏ।

କେବଳ ସେତିକି ନୁହେଁ ଯଦି ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ପ୍ରୋଟିନ, ଆଇରନ ଓ ଭିଟାମିନ ନମିଳେ ତେବେ କେଶ ଝଡ଼ିବା ଓ ନବଢିବା ଭଳି ସମସ୍ୟା ଦେଖାଦିଏ।

ଏଥିପ୍ରତି ଧ୍ୟାନ ଦିଅନ୍ତୁ: ତେବେ ଆପଣମାନେ ଯଦି କେଶରେ ହେୟାର ସିରମ ଲଗାଉଛନ୍ତି ତେବେ ବିଶେଷ କରି ଚାପ ଓ ଚିନ୍ତାରୁ ଦୂରେଇ ରୁହନ୍ତୁ। କାରଣ ଏହି ଦୁଇଟି ଜିନିଷ କେଶର ସ୍ୱାସ୍ଥ୍ୟକୁ ଏଧିକ ପ୍ରଭାବ ପକାଇଥାଏ।

ଏହାଛଡ଼ା ଆପଣ ଯଦି ହେୟାର ଗ୍ରୋଥ ସିରମ ବ୍ୟବହାର କରୁଛନ୍ତି ତେବେ, ଏହା କେଶ ପାଇଁ ଭଲ ଫଳପ୍ରଦ ବୋଲି ସାବ୍ୟସ୍ତ ହୋଇଥାଏ। ସିରମରେ ଥିବା ମିନୋକ୍ସିଡିଲ ବା ବାୟୋଟିନ କେଶ ମୂଳକୁ ପୋଷଣ ଯୋଗାଏ ଯାହାର ପ୍ରଭାବ ଧିରେ ଧିରେ ଦେଖାଯାଏ।

ସମାଧାନ: କେବଳ ହେୟାର ଗ୍ରୋଥ ସିରମ ଲଗାଇଦେଲେ କେଶ ସମସ୍ୟାର ସମାଧାନ ହୋଇଯିବନି। ଏଥିପାଇଁ ଉପଯୁକ୍ତ ଖାଦ୍ୟପେୟ,ଜୀବନଶୈଳୀ ଓ ଯତ୍ନ ନେବା ଜରୁରୀ। କିନ୍ତୁ ସିରମର ଉପଯୁକ୍ତ ବ୍ୟବହାର ଓ କିଛି ଜିନିଷକୁ ଧ୍ୟାନରେ ରଖି ଏହାର ବ୍ୟବହାର କଲେ ଫାଇଦା ମିଳିପାରେ।