ଭୁବନେଶ୍ଵର: କଟକ, ଭୁବନେଶ୍ୱର, ପୁରୀ ଓ କୋଣାର୍କକୁ ନେଇ ବଡ଼ ଯୋଜନା ହେଉଛି। ଏକ ବୃହତ୍ ସହରର ପରିକଳ୍ପନା ଚାଲିଛି। ଆଗକୁ ଏହା ବାସ୍ତବ ସ୍ତବ ରୂପ ନେବ। ପୁରୀକୁ ଖୁବ୍ଶୀଘ୍ର କର୍ପୋରେସନ ବା ମହାନଗର ନିଗମ କରାଯିବ। ଅଧିକରୁ ଅଧିକ ସହରରେ ଟାଉନ ପ୍ଲାନିଂ (ଟିପି) ସ୍କିମ୍ ଆରମ୍ଭ ହେବ। ସହରୀକରଣକୁ ବଢ଼ିଯିବ। ସହରଞ୍ଚଳରେ ଲୋକଙ୍କୁ ସବୁ ସୁବିଧାସୁଯୋଗ ଦିଆଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି।
ରାଜ୍ୟରେ ବର୍ତମାନ ଓଡ଼ିଶାରେ ୫ଟି ନଗର ନିଗମ ଅଛି। ସେଗୁଡ଼ିକ ହେଉଛି ବ୍ରହ୍ମପୁର, କଟକ, ଭୁବନେଶ୍ୱର, ରାଉରକେଲା ଏବଂ ସମ୍ବଲପୁର ନଗର ନିଗମ। ପୁରୀ ଏଥିରେ ସାମିଲ ହେଲେ ଏହି ସଂଖ୍ୟା ୬ କୁ ବୃଦ୍ଧି ପାଇବ।
ରାଜ୍ୟ ସରକାର ଟ୍ରାଇ-ସିଟି ଯୋଜନାରେ ଭୁବନେଶ୍ୱର, କଟକ ଏବଂ ପୁରୀ ସହରକୁ ଏକକ ସହରାଞ୍ଚଳରେ ମିଶ୍ରଣ କରିବା ପାଇଁ ଏକ ପ୍ରସ୍ତାବ ରଖିଛନ୍ତି। ଏହି ଯୋଜନାର ଲକ୍ଷ୍ୟ ଏହି ଅଞ୍ଚଳର ଭିତ୍ତିଭୂମି, ସଂଯୋଗୀକରଣ ଏବଂ ସାଧାରଣ ପରିବହନକୁ ଉନ୍ନତ କରିବା।