ଏହି ବୟସର ପିଲାଙ୍କୁ ହଲ୍ ମନା, ନିୟମ ମାନି ଯିବାକୁ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ
ଫିଲ୍ମ ହଲ୍ ଯିବାକୁ ନେଇ ଲାଗିଲା କଟକଣା। ୧୬ ବର୍ଷରୁ କମ୍ ହୋଇଥିଲେ ଏହି ସମୟରେ ଯାଇପାରିବେ ନାହିଁ ଫିଲ୍ମ ହଲ୍। ହାଇକୋର୍ଟଙ୍କ ନିର୍ଦ୍ଦେଶ ମାନିବାକୁ ବାଧ୍ୟ ଥିଏଟର ମାଲିକ।
ତାମିଲନାଡୁ: ଏଣିକି ଫିଲ୍ମ ହେଲେ ଯିବାକୁ ହେଲେ ମାନିବାକୁ ପଡିବ ଏହିସବୁ ନିୟମ। ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ଏହି ବୟସର ପିଲା ଯାଇପାରିବେନି ଫିଲ୍ମ ହଲ୍। ହଲ୍ ଯିବାକୁ ହେଲେ ମାନିବାକୁ ପଡିବ ଏହିସବୁ ନିୟମ।
ହେଲେ ଏମିତି ଏକ ନିଷ୍ପତ୍ତି ଆମ ଓଡିଶା ପାଇଁ ନୁହେଁ ବରଂ ତେଲେଙ୍ଗାନାରେ ଏପରି କଟକଣା ଲାଗୁ କରାଯାଇଛି। ତେଲେଙ୍ଗାନା ହାଇକୋର୍ଟ କିଛି ନିର୍ଦ୍ଦିଷ୍ଟ ବୟସର ବା ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ଏପରି ନିର୍ଦ୍ଦେଶ ଲାଗୁ କରାଯାଇଛି।
କ’ଣ ରହିଛି କଟକଣା: କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ୧୬ ବର୍ଷର ତଳକୁ ପିଲାମାନେ ସବୁ ସମୟରେ ଫିଲ୍ମ ହଲକୁ ମୁଭି ଦେଖିବାକୁ ଯାଇପାରିବେ ନାହିଁ। ଏଥିପାଇଁ ତାଙ୍କ ଉପରେ କିଛି କଟକଣା ଲାଗୁକରାଯାଇଛି।
ଯେଉଁ ପିଲାମାନଙ୍କର ବୟସ ୧୬ ବର୍ଷରୁ କମେ ସେମାନେ ଦିନ ୧୧ଟା ପୂର୍ବରୁ ଏବଂ ରାତି ୧୧ଟା ପରେ ହଲକୁ ଯାଇପାରିବେ ନାହିଁ। ସମସ୍ତ ସିନେମା ହଲ କର୍ତ୍ତୃପକ୍ଷ ଏସବୁ ନିୟମ ମାନିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।
କାହିଁକି ଲାଗୁ ହେଲା କଟକଣା: ତେବେ କିଛି ଦିନ ପୂର୍ବରୁ ଅର୍ଥାତ୍ ୨୦୨୪ ମସିହା ଡିସେମ୍ୱର ୪ ତାରିଖ ଦିନ ବିଗ୍ ବଜେଟ୍ ସିନେମା ପୁଷ୍ପା-୨ର ପ୍ରିମିୟର ଶୋ ଥିଲା। ଯେଉଁଠାରେ ହଲ୍ ହାଉସଫୁଲ ଥିଲା।
ଆଉ ସଂନ୍ଧ୍ୟା ଥିଏଟରରେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଦେଖିବା ପାଇଁ ଖଚାଖଚ ଭିଡ଼ ଲାଗିଥିଲା। ଯେଉଁଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିବା ସହ, ତାଙ୍କର ନାବାଳକ ପୁଅ ଗୁରୁତର ଭାବରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା।
ପରେ ଏହି ମାମଲାରେ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରାଯାଇଥିଲା ଏବଂ ପରେ ଜାମିନ ମଧ୍ୟ ମିଳିଛି। ହେଲେ ଯେହେତୁ ଥିଏଟରରେ ଅଭିନେତାଙ୍କ ଉପସ୍ଥିତିରେ ଦଳାଚକଟା ପରିସ୍ଥିତି ଉପୁଜିଲା ତେଣୁ ତାଙ୍କୁ ଗିରଫ କରାଯାଇଥିଲା।
ଯେହେତୁ ଏତେବଡ଼ ଦୁର୍ଘଟଣା ଘଟିଗଲା। ତେଣୁ ଛୋଟଛୋଟ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏବେ ତେଲେଙ୍ଗାନା ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଯେଉଁ ମାନଙ୍କ ବୟସ ୧୬ ବର୍ଷରୁ କମ୍ ସେମାନେ ଏହି ନିୟମ ମାନି ହଲ୍ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି।