ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ସରକାର ତତ୍ପର, ଭୁବନେଶ୍ବର ନଆସି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରନ୍ତୁ : ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଷ୍ଟମ ଥର ପାଇଁ ଶୁଣାଣି ହୋଇଛି । ପ୍ରାୟ ୮୧ ପ୍ରତିଶତ ଅଭିଯୋଗର ସମାଧାନ କରାଯାଇଛି କହିଲେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଷ୍ଟମ ଥର ପାଇଁ ଶୁଣାଣି ହୋଇଛି । ଅଭିଯୋଗ ଶୁଣି ତୁରନ୍ତ ପଦକ୍ଷେପ ନେଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଯାଏଁ  81 ପ୍ରତିଶତ ଅଭିଯୋଗର ସମାଧାନ ହୋଇଥିବା କଥା ସେ କହିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ପର୍ଯ୍ୟନ୍ତ ୮୦୩୧ଟି ଦରଖାସ୍ତ ଆସିଲାଣି । ସେଥି ମଧ୍ୟରୁ ୬୫୪୫ ଅଭିଯୋଗର ଶୁଣାଣି ଶେଷ ହୋଇଛି । ପ୍ରାୟ ୮୧ ପ୍ରତିଶତ ଅଭିଯୋଗର ସମାଧାନ କରାଯାଇଛି ।

ତେବେ ଅଭିଯୋଗ କରିବା ପାଇଁ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଲୋକଙ୍କ ଗହଳି ହେଉଥିବା ବେଳେ ସେମାନଙ୍କୁ କିଛି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବେଶୀ ଖର୍ଚ୍ଚ କରି ଭୁବନେଶ୍ବର ନ ଆସି ପ୍ରଥମେ ଜିଲ୍ଲାପାଳଙ୍କୁ ଜଣାନ୍ତୁ ବୋଲି ସେ ଜନସାଧାରଙ୍କୁ କହିଛନ୍ତି ।

ତେବେ ଆଜି ଅଭିଯୋଗ ଶୁଣୁଶୁଣୁ ହଠାତ୍ ଆକ୍ସନ ମୋଡକୁ ଆସିଥିଲେ ମୁଖ୍ୟମନ୍ତ୍ରୀ । ରୋଗୀକୁ ଦେଖୁ ଦେଖୁ ସଙ୍ଗେ ସଙ୍ଗେ ହସ୍ପିଟାଲ ପଠାଇଲେ ମୁଖ୍ୟମନ୍ତ୍ରୀ । ଅଭିଯୋଗ ପ୍ରକୋଷ୍ଠରୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।