ଭୁବନେଶ୍ବର: ବୈକୁଣ୍ଠ ଆଶ୍ରମ ଜବରଦଖଲ ମାମଲା । ବିଡିଏର ଉଚ୍ଛେଦ ନୋଟିସକୁ ନେଇ ବୈକୁଣ୍ଠ ଆଶ୍ରମ ଚାଲେଞ୍ଜ କରିଥିବା ବେଳେ ହାଇକୋର୍ଟରୁ ମାମଲା ପ୍ରତ୍ୟାହାର କଲା ଆଶ୍ରମ ।
କହିରଖୁଛୁକି, ବେଆଇନ ଭାବେ ବୈକୁଣ୍ଠ ଆଶ୍ରମ ହୋଇଥିବା ଜାଣିବା ପରେ ବିଡିଏ ଉଚ୍ଛେଦ ନେଇ ନୋଟିସ ଜାରି କରିଥିଲା । ସାଧାରଣ ପ୍ରଶାସନ, ବିଡିଏ ଓ ଭୁବନେଶ୍ୱର ତହସିଲର ମିଳିତ ଟିମ୍ ବୈକୁଣ୍ଠଧାମ ଆଶ୍ରମରେ ୨ ଘଣ୍ଟା ଧରି ମାପଚୁପ କରିଥିଲା ।
କିନ୍ତୁ ଏହାର ଦିନକ ପୂର୍ବରୁ ହାଇକୋର୍ଟଙ୍କ ଦ୍ବାରସ୍ଥ କରିଥିଲେ ଆଶ୍ରମ କର୍ତ୍ତୃପକ୍ଷ । ପାଖାପାଖି ୮ କୋଟି ଟଙ୍କା ମୂଲ୍ୟର ସରକାରୀ ଜମିରେ ବେଆଇନ ମଣ୍ଡପ କୋଠା ଆଉ ରୋଷଶାଳା ନିର୍ମାଣ ହୋଇଥିବା ଜଣାପଡ଼ିଥିଲା।
ହାଇକୋର୍ଟ ମଧ୍ୟ ବିଡିଏର ଉଚ୍ଛେଦ ଉପରେ ରହିତାଦେଶ ଜାରି କରିଥିଲେ । ହାଇକୋର୍ଟ ସାଧାରଣ ପ୍ରଶାସନ ବିଭାଗକୁ ଜବାବ୍ ମାଗିବା ପରେ ଆଶ୍ରମର ଜାଲିଆତି ଜଣାପଡି଼ଥିଲା । ଆଜି ବୈକୁଣ୍ଠ ଆଶ୍ରମ ପକ୍ଷରୁ ଏହାକୁ ଉଚ୍ଛେଦ କରାଯାଇଥିବା ଜଣାପଡିଛି ।