ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଘରେ ଡକାୟତି ଏବଂ ଆକ୍ରମଣ ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲେ ସୈଫ ଅଲ୍ଲୀ ଖାନ୍ । ମୁମ୍ବାଇର ଏକ ନେଟଫ୍ଲିକ୍ସ ଇଭେଣ୍ଟରେ ତାଙ୍କୁ ଦେଖାଯାଇଛି । ଆକ୍ରମଣ ପରେ ଏହା ତାଙ୍କର ପ୍ରଥମ ଉପସ୍ଥିତି ରହିଥିଲା ।
ସୈଫ୍ ଜୁଏଲ୍ ଥିଫ୍: ଦି ହିଷ୍ଟ୍ ବିଗିନ୍ସରେ ନଜର ଆସିବେ ସୈଫ । ଏହା ଚଳିତ ବର୍ଷ ପାଇଁ ନେଟଫ୍ଲିକ୍ସ ଦ୍ୱାରା ଘୋଷିତ ଫିଲ୍ମ ମଧ୍ୟରୁ ଗୋଟିଏ । ସୈଫ୍ ହାତରେ ପ୍ଲାଷ୍ଟର ଲଗାଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ଘଟଣା ପରେ ବର୍ତ୍ତମାନ ସାମ୍ନାକୁ ଆସି ସେ ବହୁତ ଖୁସି ଆସିଥିବା ଦେଖାଯାଇଛି ।
ସେଠାରେ ସେ କହିଛନ୍ତି, ସାମ୍ନାରେ ଠିଆ ହୋଇ ବହୁତ ଭଲ ଲାଗୁଛି । ଏଠାକୁ ଆସି ବହୁତ ଭଲ ଲାଗୁଛି । ମୁଁ ଏହି ଫିଲ୍ମକୁ ନେଇ ବହୁତ ଉତ୍ସାହିତ । ସିଦ୍ଧାର୍ଥ ଏବଂ ମୁଁ ବହୁତ ଦିନ ଧରି ଏହା ବିଷୟରେ କଥା ହେଉଛୁ । ମୁଁ ସବୁବେଳେ ଏକ ଡକାୟତିି ଫିଲ୍ମ କରିବାକୁ ଚାହୁଁଥିଲି । ଯଦି ଦେଖିବା ଏହା ଏକ ସୁନ୍ଦର ଫିଲ୍ମ ଏବଂ ଏହା ପାଇଁ ମୁଁ ବହୁତ ଉତ୍ସାହିତ ବୋଲି କହିଛନ୍ତି ।
ଆପଣଙ୍କୁ କହି ରଖୁଛୁ ଯେ ଜାନୁଆରୀ ୧୬ ତାରିଖରେ ବାନ୍ଦ୍ରାରେ ସୈଫଙ୍କ ଘରେ ଡକାୟତି ସମୟରେ ତାଙ୍କୁ ଛୁରିମାଡ ହୋଇଥିଲା । ତାଙ୍କୁ ସକାଳୁ ସକାଳୁ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ତାଙ୍କ ମେରୁଦଣ୍ଡ ପାଖରେ ଲାଗିଥିବା ଛୁରୀକୁ ବାହାର କରିବା ପାଇଁ ଜରୁରୀକାଳୀନ ଅସ୍ତ୍ରୋପଚାର କରାଯାଇଥିଲା। ପାଞ୍ଚ ଦିନ ପରେ ସୈଫଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା ଏବଂ ଅଭିଯୁକ୍ତ ଅପରାଧୀ ପୋଲିସ ହେପାଜତରେ ଅଛି। ସେବେଠାରୁ ତାଙ୍କ ଘରର ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି ।