ଆଉ ଚଳିବନି ପ୍ରଥମ ବିବାହ ବାହାନା.. ଦ୍ୱିତୀୟ ବିବାହରେ ଛାଡପତ୍ର ହେଲେ ଦେବାକୁ ହେବ ଭରପୋଷଣ ଖର୍ଚ୍ଚ: ସୁପ୍ରିମକୋର୍ଟ

ଦ୍ୱିତୀୟ ବିବାହରେ ଛାଡପତ୍ର ହେଲେ ସ୍ବାମୀ ଦେବେ ଭରପୋଷଣ ଖର୍ଚ୍ଚ। ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

ନୂଆଦିଲ୍ଲୀ: ଦ୍ୱିତୀୟ ବିବାହରେ ସ୍ତ୍ରୀଙ୍କଠାରୁ ଛାଡପତ୍ର ହେଲେ, ଭରଣପୋଷଣ ଖର୍ଚ୍ଚକୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ । ପ୍ରଥମ ବିବାହ ପରେ ଯଦି ଦ୍ବିତୀୟ ବିବାହରେ ଛାତ୍ରପତ୍ର ହୁଏ ତେବେ ସ୍ବାମୀକୁ ଭରଣପୋଷଣ କରିବାକୁ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । CrPCର ଧାରା 125 ଅନୁଯାୟୀ ତାଙ୍କ ଦ୍ୱିତୀୟ ସ୍ୱାମୀଙ୍କଠାରୁ ଭରଣପୋଷଣ ଦାବି କରିପାରିବେ ବୋଲି କୁହାଯାଇଛି ।

ପ୍ରଥମ ବିବାହ ବାହାନା ଚଳିବ ନାହିଁ-  ବିଚାରପତି ବିଭି ନାଗରତ୍ନା ଏବଂ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ କହିଛନ୍ତି, “ଏହା ମନେ ରଖିବା ଉଚିତ ଯେ ଫୌଜଦାରୀ କାର୍ଯ୍ୟବିଧି ସଂହିତାର ଧାରା ୧୨୫ ଅନୁଯାୟୀ ଭରଣପୋଷଣ ଅଧିକାର ସ୍ତ୍ରୀ ପାଇଁ ଲାଭ ନୁହେଁ, ବରଂ ଏହା ସ୍ୱାମୀଙ୍କର ଏକ ଆଇନଗତ ଏବଂ ନୈତିକ କର୍ତ୍ତବ୍ୟ।” ଦ୍ବିତାୟ ବିବାହର ଭରଣପୋଷଣ ସମୟରେ ପ୍ରଥମ ବିବାହ ମାମଲାକୁ ନେଇ ଯୁକ୍ତି କରାଯାଇ ପାରିବ ନାହିଁ ବୋଲି କୁହାଯାଇଛି ।

କମ ରହିଥିଲା ମାମଲା- ମହିଳା ଜଣକ ୧୯୯୯ ମସିହାରେ ହାଇଦ୍ରାବାଦରେ ବିବାହ କରିଥିଲେ । ୨୦୦୦ ମସିହାରେ ସେ ଏକ ପୁଅକୁ ଜନ୍ମ ଦେଇଥିଲେ । ୨୦୦୫ ମସିହାରେ ଯେତେବେଳେ ଏହି ଦମ୍ପତି ଆମେରିକାରୁ ଫେରିଲେ, ସେମାନେ ପୃଥକ ଭାବରେ ରହିବା ଆରମ୍ଭ କଲେ । ନଭେମ୍ବର ୨୦୧୧ରେ, ଦମ୍ପତି ଏକ ପାରସ୍ପରିକ ଚୁକ୍ତିନାମା ଅନୁଯାୟୀ ସେମାନଙ୍କ ବିଛେଦ କରିଥିଲେ । ଦୁଇ ଦିନ ପରେ, ମହିଳା ଜଣକ ତାଙ୍କ ପଡ଼ୋଶୀ ବ୍ୟକ୍ତିକୁ ବିବାହ କରିଥିଲେ ।

ଏହି ଦମ୍ପତିଙ୍କର ଏକ ଝିଅ ଜନ୍ମ ହୋଇଥିଲା। କିନ୍ତୁ, ସେମାନଙ୍କ ମଧ୍ୟରେ ପୁଣି ମତଭେଦ ସୃଷ୍ଟି ହେଲା ଏବଂ ମହିଳା ଜଣକ ପୁରୁଷ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୁଦ୍ଧରେ ଯୌତୁକ ନିର୍ଯାତନା ପାଇଁ ଏକ ଏଫଆଇଆର ଦାୟର କଲେ । ୨୦୧୨ ମସିହାରେ, କୋର୍ଟ ତାଙ୍କୁ ଏବଂ ତାଙ୍କ ଝିଅକୁ ଯଥାକ୍ରମେ ୫,୦୦୦ ଟଙ୍କା ଏବଂ ୩,୫୦୦ ଟଙ୍କା ମାସିକ ଭରଣପୋଷଣ ଭତ୍ତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ପୁରୁଷ ଜଣକ ଏହି ଆଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ, ଯାହା ତାଙ୍କ ସପକ୍ଷରେ ରାୟ ଦେଇଥିଲା ଏବଂ ମହିଳାଙ୍କ ପାଇଁ ଭରଣପୋଷଣ ଆଦେଶକୁ ବାତିଲ କରିଥିଲା। ମହିଳା ଜଣକ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।