Breaking: ପୁଣି ବିମାନକୁ ପିଟିଲା ବିମାନ, ୧୪୨ ଯାତ୍ରୀ ଥିବା ସୂଚନା

ମଝି ଆକାଶରେ ପୁଣିଥରେ ବିମାନ ଦୁର୍ଘଟଣା। ବିମାନକୁ ଧକ୍କା ଦେଲା ଆଉ ଏକ ବିମାନ। ଉଡାଣ ବେଳେ ବିମାନରେ ଥିଲେ ୧୪୨ ଯାତ୍ରୀ। କିଛି ସମୟ ପାଇଁ ବିମାନ ଉଡ଼ାଣ ବାତିଲ।

ଆମେରିକା: ପୁଣି ୨ ବିମାନ ଧକ୍କା। ସକାଳୁ ସକାଳୁ ଘଟିଛି ବଡ଼ ଅଘଟଣ। ଦୁଇ ବିମାନ ମୁହାଁମୁହିଁ ଧକ୍କା। ହେଲେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା। ରନଓ୍ୱେ ସମୟରେ ଧକ୍କା ହୋଇଥିବା କୁହାଯାଉଛି।

ପୂର୍ବରୁ ମଧ୍ୟ କିଛି ଦିନ ତଳେ ମଝି ଆକାଶରେ ଦୁଇ ବିମାନ ଧକ୍କା ହୋଇଥିଲା। ଫଳରେ ଅନେକ ଯାତ୍ରୀଙ୍କ ଜୀବନ ମଧ୍ୟ ଯାଇଥିଲା। ଯାହାର ଭଇଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା।

ଠିକ୍ ସେହିପରି ସମାନ ଘଟଣା ପୁଣିଥରେ ଦେଖିବାକୁ ମିଳିଛି ଆମେରିକାରେ। ସିଆଟେଲ୍- ଟାକୋମା ଏୟାରପୋର୍ଟ ରନଓ୍ୱେରେ ୨ ବିମାନ ଧକ୍କା ହୋଇଥିଲା। ହେଲେ ବିମାନରେ ଥିବା ୧୪୨ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ଜାପାନ ଏୟାରଲାଇନ୍ସର ମଧ୍ୟରେ ଧକ୍କା। ଦୁର୍ଘଟଣା ପାଇଁ କିଛି ସମୟ ବିମାନ ଉଡ଼ାଣକୁ ବାତିଲ କରାଯାଇଛି।