(video) ମ୍ୟାନହୋଲ ଭିତରେ ୨ବର୍ଷର ଶିଶୁ, ମିଳିପାରୁନି ସନ୍ଧାନ

ମା ସହ ଯିବା ସମୟରେ ଘଟିଗଲା ବଡ଼ ଅଘଟଣ। ଖୋଲା ପଡିଥିବା ମ୍ୟାନହୋଲ ଭିତରେ ଖସି ପଡ଼ିଲା ୨ ବର୍ଷର ଶିଶୁ। ଅଗ୍ନିଶମ ବାହିନୀର ଖୋଜାଖୋଜି ସତ୍ତ୍ୱେ ମିଳିପାରୁନି ସନ୍ଧାନ।

ଗୁଜୁରାଟ: ରାସ୍ତାରେ ଯାଉଥିବା ବେଳେ ମ୍ୟାନହୋଲରେ ଖସିପଡିଲା ୨ବର୍ଷର ଶିଶୁ। ନିଜ ମାଙ୍କ ସହ ଯାଉଥିବା ବେଳେ ଅଘଟଣ। ରାସ୍ତାରେ ଥିବା ମ୍ୟାନହୋଲର ଢ଼ାଙ୍କଣା ଖୋଲାଥିଲା ହେଲେ ଏକଥା ଜାଣିନଥିଲେ ମା ଜଣକ।

ଆଉ ସେହି ରାସ୍ତା ଦେଇ ଯାଉଥିବା ବେଳେ, ଖୋଲାପଡିଥିବା ମ୍ୟାନହୋଲରେ ଖସିପଡିଲା ଶିଶୁ। ପରେ ଖବର ପାଇ ସ୍ଥାନୀୟ ପ୍ରଶାସନ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି।

କିପରି ଘଟିଲା ଅଘଟଣ: ତେବେ ଏହି ଘଟଣାଟି ହେଉଛି ଗୁଜୁରାଟର ସୁରଟ ଅଞ୍ଚଳରେ। ବୁଧବାର ଦିନ ସନ୍ଧ୍ୟାରେ ସହରର ଭାରିଭ ଅଞ୍ଚଳରେ ଜଣେ ୨ ବର୍ଷୀୟ ଶିଶୁ ନିଜ ମାଙ୍କ ସହ ଯାଉଥିଲା। ହେଲେ ପୂର୍ବରୁ ଖୋଲା ପଡିଥିବା ଏକ ମ୍ୟାନହୋଲରେ ଖସିପଡିଥିଲା।

ପରେ ସ୍ଥାନୀୟ ପ୍ରଶାସନକୁ ଏସମ୍ପର୍କରେ ଖବର ଦିଆଯାଇଥିଲା। ପରେ ସ୍ଥାନୀୟ ପ୍ରଶାସନ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। କିନ୍ତୁ ପିଲାଟିର ଜୀବନ ପ୍ରତି ବିପଦ ଥିବା କଥା ଆଶଙ୍କା କରାଯାଉଛି।

ଜଳ ପ୍ରବାହ: କୁହାଯାଉଛି ଯେହେତୁ ଭାରି ଜଳ ପ୍ରବାହିତ ହେଉଛି, ତେଣୁ ପିଲାଟି ପାଣି ସ୍ରୋତରେ ଆଗକୁ ଭାସି ଯାଇଥିବା ଆକଳନ କରାଯାଉଛି। ଶିଶୁକୁ ଖୋଜିବା ପାଇଁ ପ୍ରାୟ ୧୦୦-୧୫୦ ମିଟର ଅଞ୍ଚଳ ପର୍ଯ୍ୟନ୍ତ ଯାଞ୍ଚ କରାଯାଇଛି।

କିପରି ରହିଛି ଶିଶୁର ସ୍ଥିତି: ଯେହେତୁ ପିଲାଟି ମ୍ୟାନହୋଲରେ ଖସିପଡିଛି ତେଣୁ ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀର କର୍ମଚାରୀଙ୍କ ସମେତ ମ୍ୟାନହୋଲ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି।

ଏହି ଅଞ୍ଚଳରେ ଡ୍ରେନେଜର ବିଶେଷ ସୁବିଦ୍ଧା ନାହିଁ। ତା ଉପରେ ପ୍ରଖର ପାଣି ସ୍ରୋତ ଶିଶୁର ଜୀବନକୁ ବିପଦରେ ପକାଇପାରେ ବୋଲି ଅଧିକାରୀମାନେ କହିଛନ୍ତି। ତେବେ ପିଲାର ସନ୍ଧାନ ବର୍ତ୍ତମାନ ସୁଦ୍ଧା ମିଳିନାହିଁ।

କାହିଁକି ଖୋଲା ଥିଲା ଢ଼ାଙ୍କୁଣୀ: ଘଟଣାସ୍ଥଳରେ ଉପସ୍ଥିତ ଅଧିକାରୀଙ୍କ କହିବାନୁସାରେ, ଅନୁମାନ କରାଯାଉଛି ଯେ ପିଲାଟି ଜଳର ପ୍ରବାହ ସହିତ ଆଗକୁ ଭାସିଯାଇଛି। ସେଥିପାଇଁ ଏବେସୁଦ୍ଧା ସନ୍ଧାନ ମିଳିପାରିନାହିଁ।

ଅଧିକାରୀଙ୍କ କହିବା କଥା ଯେହେତୁ ଏହି ରାସ୍ତା ଦେଇ ଭାରି ଯାନ ଚଳାଚଳ କରୁଛି। ତେଣୁ ମ୍ୟାନହୋଲର ଢାଙ୍କଣାଟି ଭାଙ୍ଗିଯାଇଛି। ଯେଉଁଥିପାଇଁ ଏତେବଡ଼ ଦୁର୍ଘଟଣା ଘଟିଯାଇଛି। ଯଥାଶୀଘ୍ର ପିଲାକୁ ଖୋଜି ବାହାର କରାଯିବ ବୋଲି ଅଧିକାରୀମାନେ କହିଛନ୍ତି।