Airtelର ଖାସ୍ ପ୍ଲାନ: ମାତ୍ର ଏତିକି ଟଙ୍କାରେ 15GB ଡାଟା ସହିତ 12 OTT ଆକ୍ସେସ
ଏୟାରଟେଲରେ ଶସ୍ତା ପ୍ଲାନ ଖୋଜୁଛନ୍ତି କି । ରିଚାର୍ଜ କରନ୍ତୁ 181 ଟଙ୍କା, ମିଳିବ ଅନେକ ଫାଇଦା ।
ନୂଆଦିଲ୍ଲୀ: ଶସ୍ତା ପ୍ଲାନ ଯୋଗାଇ ଦେବା ପାଇଁ ବର୍ତ୍ତମାନ ସମୟରେ ବିଭିନ୍ନ ଟେଲିକମ୍ କମ୍ପାନୀ ନୂଆ ନୂଆ ପ୍ଲାନ ରୋଲଆଉଟ କରୁଛନ୍ତି । ଏହାରି ଭିତରେ ଏୟାରଟେଲ ଏକ ନୂଆ ପପୁଲାର ପ୍ଲାନ ଆଣିଛି । ମାତ୍ର 181 ଟଙ୍କାରେ 22ଟି ଓଟିଟି ଆକ୍ସେସ ଏବଂ 15ଜିବି ଡାଟା ପ୍ରଦାନ କରୁଛି ।
ଏତିକି ଟଙ୍କାରେ ମାସେ ଭାଲିଡିଟି- ଏୟାରଟେଲ ପୋର୍ଟଫୋଲିଓରେ ଅନେକ ରିଚାର୍ଜ ପ୍ଲାନର ଅପ୍ସନ ରହିଛି । ଏଥିରେ ଅନେକ ପ୍ରକାରର ଆକର୍ଷଣୀୟ ଶସ୍ତା ପ୍ଲାନ ରହିଛି । ତେବେ ଏୟାରଟେଲ ପ୍ରିପେଡ୍ ପ୍ଲାନ କଥା ଯିଦ ଦେଖିବା ତେବେ 181 ଟଙ୍କିଆ ପ୍ଲାନ ସବୁଠାରୁ ପପୁଲାର ରହିଛି ।
ଏହାର ଭାଲିଡିଟି 30 ଦିନ ରହିଥିବା ବେଳେ 15 ଦିନର ଭାଲିଡିଟି ମଧ୍ୟ ପ୍ରଦାନ କରୁଛି । ଏଥିସହିତ 12ଟି ଓଟିଟି ପ୍ଲାଟଫର୍ମର ଆକ୍ସେସ ମଧ୍ୟ ଦେଉଛି କମ୍ପାନୀ । ତେବେ ଏହି ଓଟିଟି ପ୍ଲାଟଫର୍ମକୁ ଏକ୍ସ ଷ୍ଟ୍ରିମ ଦ୍ବାରା ଆକ୍ସେସ କରିପାରିବେ ।
ପ୍ରଥମେ ଏହି ଆପକୁ ଡାଉନଲୋଡ କରିବାକୁ ହେବ । କିନ୍ତୁ ଏଥିରେ ଏସଏମଏସ ଫେସିଲିଟି ମିଳିବ ନାହିଁ । ଯେଉଁ ୟୁଜର୍ସ ବଜେଟରେ ଡାଟା ସହିତ ଓଟିଟି ଆକ୍ସେସ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହି ପ୍ଲାନ ବେଷ୍ଟ ବୋଲି କୁହାଯାଇପାରେ ।