ଗ୍ୟାଲେରୀରେ ମୁଣ୍ଡ ମାଳ ମାଳ, ପ୍ରାକ୍ଟିସ ମ୍ୟାଚରେ କ୍ରିକେଟ ପ୍ରେମୀଙ୍କ କ୍ରେଜ୍

ଆସନ୍ତା କାଲି ଭାରତ-ଇଂଲଣ୍ଡ ମୁକାବିଲା। ପ୍ରାକ୍ଟିସ ମ୍ୟାଚରେ ବାରବାଟୀ ପାଲଟିଲା ଜନ ସମୁଦ୍ର। ଭାରତୀୟ କ୍ରିକେଟରଙ୍କୁ ଦେଖିବାକୁ ପ୍ରବଳ ଭିଡ଼।

କଟକ: ଆସନ୍ତା କାଲି ବାରବାଟୀରେ ହେବ କଡ଼ା ମୁକାବିଲା। ହେଲେ ଆଜି ନେଟ୍ ପ୍ରାକ୍ଟିସ୍ ପାଇଁ ବାରବାଟୀ ଷ୍ଟାଡିୟମରେ ପହଞ୍ଚିଛି ଭାରତୀୟ ଟିମ୍। ହେଲେ ସବୁଠୁ ବଡ଼ କଥା ହେଉଛି ଆସନ୍ତା କାଲି ମ୍ୟାଚ୍ ଥିବା ବେଳେ, ଆଜି ପ୍ରାକ୍ଟିସ୍ ମ୍ୟାଚରେ ଦେଖିବାକୁ ମିଳିଛି ଷ୍ଟାଡିୟମ ଭିତରେ ଜନ ସମୁଦ୍ର।

ଭାରତୀୟ କ୍ରିକେଟର ମାନଙ୍କୁ ଦେଖିବା ପାଇଁ ଷ୍ଟାଡିୟମରେ ଲାଗିଛି ଭିଡ। ଭାରତୀୟ କ୍ରିକେଟର ପ୍ରାକ୍ଟିସ ପାଇଁ ଷ୍ଟାଡିୟମରେ ପହଞ୍ଚି ସାରିଛନ୍ତି। ଆଉ ପ୍ରାକ୍ଟିସ୍ ମ୍ୟାଚ୍ ପାଇଁ ତୟାରି ମଧ୍ୟ ସରିଛି। ସେପଟେ କ୍ରିକେଟ୍ ପ୍ରେମୀଙ୍କ ଖୁସି କହିଲେ ନସରେ।

ଷ୍ଟାଡିୟମରେ ଖେଳାଳୀ: ଭୁବନେଶ୍ୱର ମେ ଫେୟାର ହୋଟେଲରୁ ବାହାରି ବସ୍ ଯୋଗେ ବାରବାଟୀ ଷ୍ଟାଡିୟମରେ ପହଞ୍ଚିଛନ୍ତି ଭାରତୀୟ କ୍ରିକେଟ ଟିମ୍। ଆଉ ଅଭ୍ୟାସ ମଧ୍ୟ ଆରମ୍ଭ କରିଦେଇଛନ୍ତି। କାଲି ହେବାକୁ ଥିବା ଭାରତ ଇଂଲଣ୍ଡ ମ୍ୟାଚ୍ ପାଇଁ ଭାରତୀୟ ଟିମର ଜାରି ରହିଛି ଅଭ୍ୟାସ।

ଆସିଲାନି ଇଂଲଣ୍ଡ: ପୂର୍ବରୁ ମଧ୍ୟ ଗତ କାଲି ରାତିରେ ସମସ୍ତ କ୍ରିକେଟର ଭୁବନେଶ୍ୱରରେ ପହଞ୍ଚିବା ପରେ ସୂଚନା ଦିଆଯାଇଥିଲା କି ଇଂଲଣ୍ଡ ଟିମ୍ ପ୍ରାକ୍ଟିସ ମ୍ୟାଚ୍ ଖେଳିବାକୁ ବାରବାଟୀ ଯିବ ନାହିଁ। ହେଲେ ଭାରତୀୟ ଟିମ୍ ନିଜ ପ୍ରାକ୍ଟିସ ମ୍ୟାଚ୍ ଜାରି ରଖିଛନ୍ତି।

ଷ୍ଟାଡିୟମରେ ଭିଡ଼: ମୁକାବିଲା ପୂର୍ବରୁ ପ୍ରାକ୍ଟିସ ମ୍ୟାଚରେ ବାରବାଟୀ ଷ୍ଟାଡିୟମରେ ଦେଖିବାକୁ ମିଳିଛି କ୍ରିକେଟ୍ ପ୍ରେମୀଙ୍କ ଉତ୍ସାହ। ପ୍ରାକ୍ଟିସ ମ୍ୟାଚ ଦେଖିବା ପାଇଁ ସବୁ ସିଟ୍ ଫିଲପ। ଗ୍ୟାଲେରୀରେ ଖାଲି ମୁଣ୍ଡ ମାଳମାଳ।

ଯେଉଁଥିରୁ ଅନୁମାନ କରାଯାଉଛି ଭାରତୀୟ କ୍ରିକେଟ ପ୍ରେମୀଙ୍କ କ୍ରେଜ୍ କେତେ। ଏହି ପ୍ରାକ୍ଟିସ୍ ମ୍ୟାଚରୁ ଜଣାପଡୁଛି ଆସନ୍ତା କାଲି ହେବାକୁ ଥିବା ଇଂଲଣ୍ଡ- ଭାରତ ମୁକାବିଲାରେ ଗ୍ୟାଲେରୀର ପରିସ୍ଥିତି କିପରି ଥିବ।