ଶନି ଆଗାମୀ ୪୭ ଦିନ ପାଇଁ ବର୍ଷା କରିବେ ଟଙ୍କା, ଏହି ରାଶିମାନଙ୍କର ଭାଗ୍ୟ ଚମକିବା ସହ ମିଳିବ ଚାକିରି

ଶନି ରାଶି ପରିବର୍ତ୍ତନ ୨୦୨୫, ଚମକିବେ ଏହି ରାଶି

ଓଡ଼ିଶା ଭାସ୍କର: ଜ୍ୟେତିଷଶାସ୍ତ୍ରରେ ଶନିଙ୍କୁ ଶକ୍ତିଶାଳୀ ଗ୍ରହ ଭାବେ ବିଶ୍ୱାସ କରାଯାଇଥାଏ। ଶନିଙ୍କ ରାଶି ପରିବର୍ତ୍ତନ ଏବଂ ନକ୍ଷତ୍ର ପରିବର୍ତ୍ତନ ମଧ୍ୟ ବହୁତ ଖାସ ହୋଇଥାଏ।

ଶନିଙ୍କ ଗତି ସବୁଠୁ ଧୀର, ଏଥିପାଇଁ ସେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ପରିବର୍ତ୍ତନର ସମୟ ଅଢେଇ ବର୍ଷ ଲାଗିଥାଏ।

ଜାନୁଆରୀ ୧୭, ୨୦୨୩ରେ ଶନି କୁମ୍ଭ ରାଶିରେ ପ୍ରବେଶ କରିଥିଲେ। ବର୍ତ୍ତମାନ ମାତ୍ର ୪୭ ଦିନ ପାଇଁ ସେ ସ୍ୱରାଶିରେ ରହିବେ ଏବଂ ଏହାପରେ ମୀନ ରାଶିରେ ପ୍ରବେଶ କରିବେ। ଏଥିପାଇଁ ଆଗାମୀ ୪୭ ଦିନ ଏହି ରାଶିମାନଙ୍କ ପାଇଁ ଶୁଭ ରହିବ।

ମକର: ଶନି କୁମ୍ଭ ରାଶିରେ ପ୍ରବେଶ କରିବେ, ଏଥିପାଇଁ ମକର ରାଶି ପାଇଁ ବହୁତ ଖାସ ରହିବ। ପ୍ରତି କାର୍ଯ୍ୟରେ ସଫଳତା ମିଳିବ। ଦୂର ଯାତ୍ରା କରିପାରନ୍ତି। ନୂଆ ଚାକିରି ମିଳିବ ଏବଂ ଆର୍ଥିକ ସ୍ଥିତି ସୁଦୃଢ ହେବ। କରଜ ସୁଝିବାର ଏହି ସମୟ ଉତ୍ତମ ରହିବ। ଅଟକିଯାଇଥିବା ଧନ ମିଳିବ।

କୁମ୍ଭ: ଏଥିରେ କୁମ୍ଭ ରାଶିର ଲୋକେ ଲାଭବାନ ହେବେ। ଏହି ସମୟରେ ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହେବ। ଚାକିରିରେ ପଦୋନ୍ନତି ହେବ। ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ।

ଏହି ସମୟରେ ଆପଣ ସର୍ବଦା ସକରାତ୍ମକ ରହିବେ। କମ୍ପିଟେଟିଭ ପରୀକ୍ଷାରେ ସଫଳତା ପାଇବେ। ବୈବାହିକ ଜୀବନ ଆନନ୍ଦମୟ ହେବ। ମାନସିକ ଚାପ ଦୂର ହେବ।

ବୃଷ: ଶନିଙ୍କ ରାଶି ପରିବର୍ତ୍ତନରେ ବୃଷ ରାଶିରେ ଲୋକେ ଲାଭବାନ ହେବେ। ଆପଣଙ୍କ ମନ ପ୍ରଫୁଲ ରହିବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ଜୀବନରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ।

ମାନ-ସମ୍ମାନ ବୃଦ୍ଧି ପାଇବ। ଆର୍ଥିକ ଲାଭର ସମ୍ଭାବନା ରହିଛି। ଜୀବନରେ ଚାଲିଥିବା ସମସ୍ୟାର ସମାଧାନ ହେବ।