କୋହଲିଙ୍କୁ ନେଇ ବଡ଼ ସୂଚନା, ସ୍ୱାସ୍ଥ୍ୟବସ୍ଥା ନେଇ ଅପଡେଟ୍ ଦେଲେ ବ୍ୟାଟିଂ କୋଚ୍
ଆସନ୍ତାକାଲି ବାରବାଟୀରେ ମ୍ୟାଚ୍ ଖେଳିବେ ତ କୋହଲି? ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ପୂର୍ବ ମ୍ୟାଚ୍ ଖେଳି ନଥିଲେ। ଆସନ୍ତାକାଲି ଖେଳିବେ କି ନାହିଁ ସୂଚନା ଦେଲେ କୋଚ୍।
କଟକ: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ନେଇ ବଡ଼ ଅପଡେଟ୍। ବାରବାଟୀରେ ଆସନ୍ତା କାଲି ହେବାକୁ ଥିବା ଓ୍ୱାନ ଡେ ରେ ବିରାଟ କୋହଲି ଖେଳିବେ କି ନାହିଁ। ତାହା ଦ୍ୱନ୍ଦ୍ୱ ଭିତରେ ରହିଥିଲା। ଯେହେତୁ ସେ ପୂର୍ବ ମ୍ୟାଚରେ ଅସୁସ୍ଥ ଥିଲେ। ତେଣୁ ବାରବାଟୀରେ ହେବାକୁ ଥିବା ମ୍ୟାଚରେ ସେ ଖେଳିବେ କି ନାହିଁ ତାହା ସସପେନ୍ସରେ ରହିଥିଲା।
ହେଲେ ସେହି ସସପେନ୍ସ ଉପରୁ ପରଦା ଉଠିଛି। ଆଉ ବିରାଟଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ସୂଚନା ଦେଇଛନ୍ତି ବ୍ୟାଟିଂ କୋଚ୍ ସୀତାଂଶୁ କୋଟାକ୍। ଅନ୍ୟପଟେ ନେଟ୍ ପ୍ରାକ୍ଟିସରେ ଷ୍ଟାଡିୟମରେ ଦେଖିବାକୁ ମିଳିଛି ଅସମ୍ଭାଳ ଭିଡ଼।
କୋହଲିଙ୍କୁ ନେଇ ଦ୍ୱନ୍ଦ୍ୱ: ଭାରତୀୟ କ୍ରିକେଟ୍ ଟିମର ଷ୍ଟାର ବ୍ୟାଟର ବିରାଟ କୋହଲି। ଅନେକ ଦିନ ପରେ ଓଡିଶା ଷ୍ଟାଡିୟମକୁ ଆସିଛନ୍ତି। ଦୀର୍ଘ ୬ ବର୍ଷ ପରେ ବାରବାଟୀରେ ମ୍ୟାଚ୍ ହେବାକୁ ଯାଉଛି। ଆଉ ଏହାରି ଭିତରେ କୋହଲିର ଧୁଆଁଦାର ଛକା ଚୌକା ଦେଖିବା ପାଇଁ ଫ୍ୟାନ୍ସମାନଙ୍କ ମନରେ ଅନେକ ଆଗ୍ରହ ରହିଛି।
ଯେହେତୁ ପୂର୍ବ ମ୍ୟାଚରେ ସେ ଅସୁସ୍ଥ ଥିଲେ ତେଣୁ ଏହି ମ୍ୟାଚରେ ସେ ଖେଳିବେ କି ନାହିଁ ତାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଦର୍ଶକ। ଆଉ ଏହାରି ଭିତରେ ଟିମ୍ ଇଣ୍ଡିଆର ପ୍ରସ୍ତୁତି ନେଇ ବ୍ୟାଟିଂ କୋଚ୍ ସୀତାଂଶୁ କୋଟାକ୍ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି।
ସେ ବିରାଟଙ୍କୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ବିରାଟ କୋହଲି ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ଆସନ୍ତା କାଲି ପଡିଆକୁ ମଧ୍ୟ ସେ ଓହ୍ଲାଇପାରନ୍ତି। ଆଉ ଏହି ସୂଚନା ପାଇବା ମାତ୍ରେ ଫ୍ୟାନ୍ସମାନଙ୍କୁ ଟିକେ ଆଶ୍ୱସ୍ତି ମିଳିଛି।
ଆଉ କିଏ ଖେଳିବେ: ପୂର୍ବରୁ ମଧ୍ୟ ବୋଲର ମହମ୍ମଦ ସାମ୍ମି ଏହି ମ୍ୟାଚ ଖେଳିବା ନେଇ ସନ୍ଦେହ ଲାଗି ରହିଥିଲା। ଯାହାକୁ ନେଇ ସୀତାଂଶୁ କହିଛନ୍ତି ସାମ୍ମି ମଧ୍ୟ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି। ଏହାଛଡ଼ା ଅର୍ଶଦୀପଙ୍କୁ ସୁଯୋଗ ମିଳିବ କି ନାହିଁ କୋଚ୍ ଓ କ୍ୟାପଟେନ୍ ନିଷ୍ପତ୍ତି ନେବେ। ହାଇସ୍କୋରିଂ ମ୍ୟାଚ୍ ହେବ ବୋଲି ଆଶା ରହିଛି।