ଏୟାରଲିଫ୍ଟ ହେଲେ ଉତ୍ତମ ମହାନ୍ତି, ଆସୁ ଆରୋଗ୍ୟ କାମନା କଲେ କଳାକାର
ଏୟାରଲିଫ୍ଟ ହେଲେ ଭେଟେରାନ୍ ଆକ୍ଟର ଉତ୍ତମ ମହାନ୍ତି। ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡିବାରୁ ଗୁରୁଗାଓଁର ଏକ ଘରୋଇ ହସ୍ପିଟାଲକୁ ଏୟାରଲିଫ୍ଟ। ଆସୁ ଆରୋଗ୍ୟ କାମନା କଲେ ଅନେକ କଳାକାର।
ଭୁବନେଶ୍ୱର: ଏୟାରଲିଫ୍ଟ ହେଲେ ଭେଟେରାନ ଆକ୍ଟର ଉତ୍ତମ ମହାନ୍ତି। ଆଜି ମଧ୍ୟାହ୍ନ ସମୟରେ ଖବର ଆସିଥିଲା କି ଉତ୍ତମଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଆଉ ସନ୍ଧ୍ୟାରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ଯେଉଁଠି ସେ ଚିକିତ୍ସା ହେଉଥିଲେ। ସେଠାରୁ ଗୁରୁଗାଓଁର ଏକ ଘରୋଇ ହସ୍ପିଟାଲକୁ ଏୟାରଲିଫ୍ଟ କରାଯିବ।
ସନ୍ଧ୍ୟାବେଳେ ଉତ୍ତମ ମହାନ୍ତିଙ୍କୁ ସୁରକ୍ଷା ବଳୟ ଭିତରେ ଆମ୍ୱୁଲାନ୍ସ ଯୋଗେଁ ଏୟାରପୋର୍ଟ ନିଆଯାଇଛି। ସେଠାରୁ ତାଙ୍କୁ ଏୟାରଲିଫ୍ଟ କରାଯିବ। ଏୟାରଲିଫ୍ଟ କରାଯିବା ନେଇ ପୁଅ ବାବୁସାନ ମହାନ୍ତି ସୂଚନା ଦେଇଥିଲେ।
ହସ୍ପିଟାଲରେ ଭର୍ତ୍ତି: ନିକଟରେ ପତ୍ନୀ ଅପରାଜିତା ମହାନ୍ତି, ପୁଅ ବାବୁସାନ ମହାନ୍ତିଙ୍କ ସହ ଦୀର୍ଘ ଦିନ ପରେ ବଡ଼ ପରଦାରେ ନଜର ଆସିବାକୁ ଯାଉଥିଲେ ଉତ୍ତମ ମହାନ୍ତି। ସେଥିପାଇଁ ବୋଉ ବୁଟୁ ଭୂତର ସୁଟିଂ ମଧ୍ୟ ଚାଲିଥିଲା।
ଆଉ ସେହି ସୁଟିଂ ସେଟରୁ ସେ ଅସୁସ୍ଥ ହୋଇପଡିଥିଲେ। ପରେ ଗୁରୁତର ଅବସ୍ଥାରେ ଉତ୍ତମଙ୍କୁ ICUରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣା ତିନିଦିନ ହେବ ଘଟିଲାଣି। ଅର୍ଥାତ୍ ଉତ୍ତମ ମହାନ୍ତି ତିନି ଦିନ ହେବ ହସ୍ପିଟାଲରେ ଭର୍ତ୍ତି ହେଲେଣି।
ହେଲେ ଆଜି ସେ ଅଧିକ ଗୁରୁତର ହୋଇ ପଡିଥିଲେ। ତେଣୁ ତାଙ୍କୁ ଏୟାରଲିଫ୍ଟ କରାଇବା ପାଇଁ ମନସ୍ଥ କରିଥିଲେ ପରିବାର। ବୁକିଂ ସରିବା ପରେ ସନ୍ଧ୍ୟାରେ ତାଙ୍କୁ ଆମ୍ୱୁଲାନ୍ସ ଯୋଗେ ଏୟାରପୋର୍ଟ ନିଆଯାଇଥିଲା। ପରେ ସେଠାରୁ ଏୟାରଲିଫ୍ଟ କରାଯାଇଛ।
ରୋଗରେ ପିଡ଼ୀତ: ସୂଚନାନୂସାରେ ଉତ୍ତମ ଲିଭର ସିରୋସିସ ରୋଗରେ ପୀଡିତ ଅଛନ୍ତି। ସେ ୩ ଦିନ ହେବ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଅଧିକ ଚିକିତ୍ସା ପାଇଁ ପରିବାର ଲୋକ ତାଙ୍କୁ ଏୟାରଳିଫ୍ଟ କରିଛନ୍ତି।