କାଲି ଭୁବନେଶ୍ବରରେ ଅନୁଷ୍ଠିତ ହେବ ମହିଳା ଜନ ଶୁଣାଣି କାର୍ଯ୍ୟକ୍ରମ, ସମସ୍ୟାରେ ପୀଡ଼ିତ ମହିଳା ଆସି ସାମିଲ ହେବା ପାଇଁ ଅନୁରୋଧ
ଭୁବନେଶ୍ବର: ରାତି ପାହିଲେ ଭୁବନେଶ୍ବରରେ ଅନୁଷ୍ଠିତ ହେବ ମହିଳା ଜନ ଶୁଣାଣି କାର୍ଯ୍ୟକ୍ରମ । ଭୁବନେଶ୍ବର ମହାନଗର ନିଗମ ଏକାମ୍ର ହଲ୍ରେ ଜନ ଶୁଣାଣି ହେବ ।
ଏହି କାର୍ଯ୍ୟକ୍ରମରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ବିଜୟା ରାହତକର ଉପସ୍ଥିତ ରହିବେ । ସମସ୍ୟାରେ ପୀଡ଼ିତ ମହିଳା ଜନ ଶୁଣାଣିକୁ ଆସି ଭାଗ ନେଇ ପାରିବେ ବୋଲି କୁହାଯାଇଛି ।
ତେବେ ପଡ଼ି ରହିଥିବା ଅଭିଯୋଗଗୁଡ଼ିକର ସମାଧାନ କରିବା ଏବଂ ଅଞ୍ଚଳର ମହିଳାମାନଙ୍କଠାରୁ ନୂତନ ଅଭିଯୋଗ ଗ୍ରହଣ କରିବା ହେଉଛି ମହିଳା ଜନ ସୁନଓ୍ବାଇ କାର୍ଯ୍ୟକ୍ରମର ପ୍ରଧାନ ଲକ୍ଷ୍ୟ ରହିଛି ।
ଜନସାଧାରଣଙ୍କୁ ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରିବାକୁ ଜାତୀୟ ମହିଳା କମିଶନ ଅନୁରୋଧ କରିଛନ୍ତି । 2022 ମସିହାରୁ 2024 ଯାଏଁ ପଡିରହିଥିବା ମାମଲା ଗୁଡିକର ସମାଧାନ ଆସନ୍ତାକାଲି କରାଯିବ ।
କାର୍ଯ୍ୟକ୍ରମରେ ଆବଶ୍ୟକୀୟ ସମର୍ଥନ ଯୋଗାଇ ଦେବା ପାଇଁ ପୋଲିସକୁ ଅନୁରୋଧ କରାଯାଇଛି । ଯେଉଁମାନଙ୍କର ଅଭିଯୋଗ ଶୁଣାଣିରେ ସାମିଲ ହେବାର ଅଛି ସେମାନେ ଆସି ଯୋଗଦାନ କରନ୍ତୁ ବୋଲି କୁହାଯାଇଛି ।